ପାଉଁଶ ଇଟା ଫ୍ୟାକ୍ଟ୍ରିସଂଘର ବାର୍ଷିକ ବୈଠକ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ

Published By : Prameya-News7 Bureau | January 16, 2025 IST

ଭଦ୍ରକ ୧୬।୦୧ : ପରିବେଶ ସୁରକ୍ଷା ପାଇଁ କାମ କରୁଛି ପାଉଁଶ ଇଟା ଫ୍ୟାକ୍ଟ୍ରି ସଂଘ । ବିଭିନ୍ନ କାରଖାନାରୁ ବାହାରୁ ଥିବା ପାଉଁଶ ଅନେକ ସମୟରେ ପ୍ରଦୂଷଣ ସୃଷ୍ଟି କରୁଛି । କିନ୍ତୁ ଏହି ପାଉଁଶକୁ ବ୍ୟବହାର କରି ଇଟା ପ୍ରସ୍ତୁତ କରୁଛନ୍ତି ଏହି ଫ୍ୟାକ୍ଟ୍ରି । ଭଦ୍ରକ ଜିଲ୍ଲା ପାଉଁଶ ଇଟା ଫ୍ୟାକ୍ଟ୍ରି ସଂଘ ନିଜର ବାର୍ଷିକ ଉତ୍ସବ ଆୟୋଜନ କରିଛି ।

ଖବର ଅନୁଯାୟୀ, ଜିଲ୍ଲାର ୧୫୦ରୁ ଅଧିକ ପାଉଁଶ ଇଟା ଫ୍ୟାକ୍ଟ୍ରି ରହିଛି । ଭଦ୍ରକ ଇଟା ଫ୍ୟାକ୍ଟ୍ରି ଆସୋସିଏସନ୍‌ ଭଦ୍ରକ ଜିଲ୍ଲା ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସହରର ଏକ କଲ୍ୟାଣ ମଣ୍ଡପ ଠାରେ ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ୍‌ ମ୍ୟାନେଜର ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାରେ ଥିବା ସମସ୍ତ ଫ୍ୟାକ୍ଟ୍ରିରୁ ସରକାରୀ ନିୟମ ଅନୁଯାୟୀ ଇଟା ତିଆରି ହେଉଥିବା ବେଳେ ଏହି ଇଟାକୁ ସମସ୍ତ କ୍ଷେତ୍ରରେ ବ୍ୟବହାର ବାଧ୍ୟତାମୂଳ କରାଯାଇଥିବାରୁ ସଂଘ ଧନ୍ୟବାଦ୍‌ ଅର୍ପଣ କରିଛି । 


  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.