ଖାଦ୍ୟ ପାଇଁ ଆସି କୁକୁରଙ୍କ ହାବୁଡରେ ପଡିଗଲା ହରିଣ, ଉଦ୍ଧାର କଲା ବନ ବିଭାଗ

Published By : Prameya-News7 Bureau | May 26, 2024 IST

ମୋହନା ୨୬/୫: ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ରାସ୍ତାକଡକୁ ଚାଲିଆସିଥିଲା ନୀରିହ ହରିଣଟି । ଆଉ କିଛି କୁକୁରଙ୍କ ହାବୁଡରେ ପଡିଯାଇଥିଲା । କୁକୁର ପଲ ତାକୁ ଚାରିପଟୁ ଘେରି ଖଣ୍ଡିଆଖାବରା କରିଦେଇଥିଲେ । ଠିକ ଏହି ସମୟରେ ମୋହନା ବନ ବିଭାଗ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରିଛି । 

ରବିବାର ସକାଳୁ ମୋହନା ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ହରିଣଟି ରାସ୍ତା କଡକୁ ଚାଲିଆସିଥିଲା ଆଉ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲା । ପ୍ରାଥମିକ ଚିକିତ୍ସା ପାଇଁ ହରିଣକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ହରିଣଟିକୁ ଅବଜରଭେସନରେ ରଖାଯାଇଛି । ସୁସ୍ଥ ହେବା ପରେ ଜଙ୍ଗଲରେ ଛାଡିଦିଆଯିବା ନେଇ ସୂଚନା ଦେଇଛନ୍ତି ମୋହନା ବନାଞ୍ଚଳ ଅଧିକାରୀ । 

You Can Read:

ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ, ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.