ନୂଆଦିଲ୍ଲୀ ୧୫।୪: ବିଜେପିରେ ଯୋଗଦେଲେ ବରଗଡର ପୂର୍ବତନ ସାଂସଦ ପ୍ରଭାସ ସିଂହ । ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରଭାସ ସିଂହ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରି ତରୁଣ ଚୁଗ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ପ୍ରେମ ଶୁକ୍ଳାଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଅପ୍ରେଲ ତାରିଖରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।
ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଉଛି । ବିକାଶ ପାଇଁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆବଶ୍ୟକତା ରହିଛି । ଦଳ ଯାହା ଦାଇତ୍ୱ ଦେବ ତାହା କରିବି । ମୋ ସହିତ ଅନେକ କ୍ୟାଡର ଅଛନ୍ତି ସେମାନେ ମଧ୍ୟ ଯୋଗ ଦେବା ପାଇଁ ଇଛୁକ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଅପ୍ରେଲ ୮ ତାରିଖରେ ବିଜେଡି ଛାଡିଥିଲେ ପ୍ରଭାସ ସିଂହ । ନବୀନ ନିବାସ ଆସି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ ପ୍ରଭାସ ସିଂହ । ଏଥର ଟିକେଟ୍ ଆଶାୟୀ ଥିଲେ । ଦଳ ବରଗଡରୁ ପରିଣିତା ମିଶ୍ରଙ୍କୁ ଟିକେଟ୍ ଦେଇଥିଲା । ଯାହା ଫଳରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।
You Can Read :
ମେ’ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ସଂକଳ୍ପ ପତ୍ର, ଅପ୍ରେଲ ୨୧ରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍