ସୁପ୍ରିମକୋର୍ଟଙ୍କ ପୂର୍ବତନ ଜଷ୍ଟିସ୍ ଅରୁଣ ମିଶ୍ର ହେଲେ BCCI ଲୋକପାଳ

Published By : Prameya-News7 Bureau | January 16, 2025 IST

ନୂଆଦିଲ୍ଲୀ ୧୬।୧: ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଲୋକପାଳ ନିଯୁକ୍ତ କରାଯାଇଛି।  ମିଶ୍ର ବିସିସିଆଇଙ୍କ ଇଥିକ୍ସ ଅଫିସର ରୂପେ ମଧ୍ୟ କାର୍ଯ୍ୟ କରିବେ। ସେ ୭ ଜୁଲାଇ ୨୦୧୪ରୁ ୨ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ବିଚାରପତି ଥିଲେ। ଏହା ପରେ ସେ ୨ ଜୁନ ୨୦୨୧ରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ରେ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। 

୩ ସେପ୍ଟେମ୍ବର ୧୯୫୫ରେ ଗ୍ୱାଲିୟରରେ ଜନ୍ମିତ ଜଷ୍ଟିସ୍ ମିଶ୍ର ମଧ୍ୟପ୍ରଦେଶ, ରାଜସ୍ଥାନ ଓ କୋଲକାତା ଉଚ୍ଚନ୍ୟାୟାଳୟଙ୍କ ନ୍ୟାୟାଧୀଶ ରୂପେ ମଧ୍ୟ କାମ କରିଥିଲେ। ଜଣେ ବିଚାରପତି ଭାବେ ଜଷ୍ଟିସ୍ ମିଶ୍ର ତାଙ୍କ କାର୍ଯ୍ୟକାଳରେ ୯୭ ହଜାର ମାମଲାରେ ରାୟ ଦେଇଛନ୍ତି। ସେ ୨୫ ଅକ୍ଟୋବର ୧୯୯୯ରେ ମଧ୍ୟପ୍ରଦେଶ ଉଚ୍ଚନ୍ୟାୟାଳୟର ବିଚାରପତି ନିଯୁକ୍ତ ହୋଇଥିଲେ। ପରେ ୨୬ ନଭେମ୍ବର ୨୦୧୦ରେ ତାଙ୍କୁ ରାଜସ୍ଥାନ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.