ବିରାଟ ନମ୍ବର ୪ ପାଇଁ ପରଫେକ୍ଚ ଖେଳାଳି, ଏହି ପୋଜିସନ୍‌ରେ ଖେଳିଲେ ଦଳ ପାଇଁ ଲାଭ ହେବ- ଡିଭିଲିୟର୍ସ

Published By : Prameya-News7 Bureau | August 26, 2023 IST

ନୂଆଦିଲ୍ଲୀ ୨୬।୦୮ : ସରିଯାଉଛି ଦିନ, ପାଖେଇ ଆସୁଛି ସମୟ । ୨୦୨୩ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ରୁ ଆଉ ବାକି ଅଛି ଦିନ କେଇଟା । ଧୀରେ ଧୀରେ ସମସ୍ତ ଦଳ ନିଜ ନିଜର ଟିମ୍‌ ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତୀୟ ଟିମ୍‌ ଘୋଷଣା ହୋଇନାହିଁ । କିନ୍ତୁ ନମ୍ବର-୪ରେ କିଏ ଖେଳିବ । ତାକୁ ନେଇ ଚାଲିଛି ଚର୍ଚ୍ଚା ଆଉ ଆଲୋଚନା । ଏହିକ୍ରମରେ ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟସମ୍ୟାନ୍‌ଙ୍କ ଏକ ବୟାନ ସାମ୍ନାକୁ ଆସିଛି।

ନିଜ ୟ୍ୟୁଟୁବ୍‌ ଚ୍ୟାନେଲ୍‌ରେ ଏବି ଡିଭିଲିୟର୍ସ କହିଛନ୍ତି ଯେ, ବର୍ତ୍ତମାନର ଭାରତୀୟ ଟିମ୍‌ ଅନେକ ଉଚ୍ଚକୋଟୀର ଖେଳାଳି ରହିଛନ୍ତି । ନିକଟରେ ଶ୍ରେୟସ ଆୟର ଟିମ୍‌କୁ ଫେରିଛନ୍ତି । ଯାହାଫଳରେ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚାରେ ଅନ୍ତ ହୋଇଛି । ଶ୍ରେୟସ ଆୟର ୪ ନମ୍ବରରେ ଖେଳିବା ନେଇ ଭାରତୀୟ ମିଡିଆରେ ଚର୍ଚ୍ଚା ହେଉଛି । କିନ୍ତୁ ମୋ ମତରେ ବିରାଟ କୋହଲି ନମ୍ବର ୪ ସ୍ଥାନ ପାଇଁ ପରଫେକ୍ଟ ବ୍ୟାଟର । ୪ ନମ୍ବରରେ ବି ବିରାଟଙ୍କ ଫର୍ମ ଜବରଦସ୍ତ ରହିଛି । ତେଣୁ ଏହି ସ୍ଥାନରେ ଖେଳିଲେ ଟିମ୍‌ ପାଇଁ ଭଲ ହେବ । ଏହାବ୍ୟତୀତ ଶ୍ରେୟସ ଆୟର କିମ୍ବା କେଏଲ୍‌ ରାହୁଲ ମଧ୍ୟ କୌଣସି ବି ବ୍ୟାଟସମ୍ୟାନ୍‌ ୩ ନମ୍ବରରେ ଖେଳିବା ଉଚିତ୍ । ଉଭୟ ଦୀର୍ଘ ଦିନ ଧରି ଆହତ ଲାଗି ଟିମ୍‌ରୁ ବାହାରେ ଥିଲେ । ଏବେ ଦଳକୁ ଫେରୁଛନ୍ତି । ଆଗାମୀ ଏସିଆ କପ୍‌ ଉଭୟ ବ୍ୟାଟରଙ୍କ ପାଇଁ ପରଫେକ୍ଟ ସ୍ଥାନ ହେବ ।

wp:html /wp:html

ତେବେ ଯଦି କୋହଲି ନମ୍ବର ୪ରେ ଖେଳୁଛନ୍ତି । ତେବେ ଟିମ୍‌ର ମିଡିଲ ଅର୍ଡର ବ୍ୟାଟିଂ ଆହୁରି ମଜବୁତ୍‌ ହୋଇଯିବ । ଯାହାଫଳରେ ଯଦି ଟିମ୍‌ର ପ୍ରାରମ୍ଭିଂକ ବ୍ୟାଟର ଫେଲ ମାରୁଛନ୍ତି । ତେବେ ମିଡିଲ୍‌ ଅର୍ଡରରେ ଜଣେ ଅଭିଜ୍ଞ ବ୍ୟାଟସମ୍ୟାନ୍‌ ରହିବା ଉଚିତ୍‌ । ଯାହାଫଳରେ ଟିମ୍‌କୁ କଠିନ ପରିସ୍ଥିତିରୁ ବାହାର କରିବାରେ ସକ୍ଷମ ହେବ ।

ତେବେ ବିରାଟ କୋହଲି ନମ୍ବରରେ ବ୍ୟାଟିଂ କରି ୭ଟି ଶତକ ହାସଲ କରିଛନ୍ତି । ଯେଉଁଥିରେ ବ୍ୟାଟିଂ ଆଭରେଜ୍‌ ୫୫.୨୧ ରହିଛି । ଷ୍ଟ୍ରାଇକ୍‌ ରେଟ୍‌ ୯୦.୬୬ ପ୍ରତିଶତ ରହିଛି । ଜାନୁଆରୀ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇ ଷ୍ଟାଡିୟମ୍‌ରେ ଶେଷ ଥର ପାଇଁ ବିରାଟ କୋହଲି ନମ୍ବର ୪ରେ ବ୍ୟାଟିଂ କରିଥିଲେ । ଏହାପରଠୁ ବିରାଟ ଆଉ ନମ୍ବର ୪ରେ ବ୍ୟାଟିଂ କରିନାହାନ୍ତି ।

wp:embed {"url":"https://www.prameyanews7.com/sourav-ganguly-picks-team-india-squad-for-icc-odi-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourav-ganguly-picks-team-india-squad-for-icc-odi-world-cup-2023/
/wp:embed

    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.