୧୮.୩୮ ଲକ୍ଷ ଟଙ୍କାରେ ନିଲାମ ହେଲା ଗଜାନନଙ୍କ ଆଜ୍ଞା ଲଡୁ

Published By : Prameya-News7 Bureau | September 17, 2024 IST

News7

ଅନୁଗୁଳ: ୧୮ ଲକ୍ଷ ୩୮ ହଜାର ଟଙ୍କାରେ ନିଲାମ ହୋଇଛି ତାଳଚେରରେ ଗଜାନନଙ୍କ ଆଜ୍ଞା ଲଡୁ। ଏହି ଲଡୁକୁ ତାଳଚେରର ତାପସ ସାହୁ ଏବଂ ଯତୀନ ମହାନ୍ତି ମିଳିତ ଭାବେ ନେଇଛନ୍ତି। ଏହି ଲଡୁର ଓଜନ ୩୫୦୦ କେଜି ରହିଛି। 

ଏହା ପରେ ବୁଧବାର ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ସକାଳ ୧୦ ଟାରୁ ଭସାଣି ଉତ୍ସବ ଆରମ୍ଭ ହେବ। ରାତି ୧୦ ସୁଦ୍ଧା ସମସ୍ତ ମେଢ଼ ବିସର୍ଜନ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।

ଏନେଇ ଯତୀନ ମହାନ୍ତି କହିଛନ୍ତି, ଆମେ ଗତଥର ନିଲାମୀ ପ୍ରକ୍ରିୟାରେ ଭାଗ ନେଇଥିଲୁ କିନ୍ତୁ ସ୍ୱଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲୁ। ଏଥର ଗଣେଶଙ୍କ ଆଜ୍ଞା ଲଡୁ ପାଇଁ ଆମେ ବହୁତ ଖୁସି ଅଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.