ମାହାଙ୍ଗାରେ ଗର୍ଜିଲେ ଗଣେଶ୍ୱର, ପ୍ରଫୁଲ୍ଲ ଓ ପ୍ରତାପ: ଏକାଠି ହେଲେ ହଜାର ହଜାର ନେତା, ସମର୍ଥକ

Published By : Prameya-News7 Bureau | March 06, 2025 IST

News7

ମାହାଙ୍ଗା: ମାହାଙ୍ଗାରେ ଗର୍ଜିଲେ ଗଣେଶ୍ୱର, ପ୍ରଫୁଲ୍ଲ ଓ ପ୍ରତାପ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଆଗାମୀ ବିଧାନସଭା ଅଧିବେଶନରେ ଉଠାଯିବ। ଏ ନେଇ ଏକଜୁଟ ହୋଇଥିଲେ ମାହାଙ୍ଗାର ପଞ୍ଚାୟତ ସ୍ତରୀୟ ନେତା ଓ ହଜାର ହଜାର ବିଜୁ ବାବୁଙ୍କ ସମର୍ଥକ, ଏହା ସହିତ ଯେ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଂଚାୟତରାଜ ଦିବସରେ ପାଳିତ କରାନଯାଇଛି, ସେ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବିଜେଡିର ଆନ୍ଦୋଳନ ଜାରି ରହିବ ବୋଲି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କହିଥିଲେ।

କଟକ ଜିଲ୍ଲା ମାହାଙ୍ଗା ବ୍ଳକ୍ ଉମର ଠାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଓ ପରେ ଏହି ଗାଁର ୩ ଜଣ ଗିରଫ ହେବା ପରେ ଉଭୟ ପ୍ରତାପ ଜେନା ଓ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ସହ ଅଭିଯୁକ୍ତମାନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଉଭୟ ବିଜେଡି ଓ ଶରଦାଙ୍କ ସମର୍ଥକ ପରସ୍ପର ଉପରକୁ ଦୋଷ ଦେଇ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି। 

ଆଜି ସନ୍ଧ୍ୟାରେ ପୂର୍ବତନ ବିଧାୟକଙ୍କ ନେତୃତ୍ୱରେ ଉମର ଠାରେ ଏକ ପ୍ରତିବାଦ ମଧ୍ୟ ମାହାଙ୍ଗା ବିଜେଡି ପକ୍ଷରୁ ଆୟୋଜିତ ହୋଇଛି। ଏଥିରେ ପ୍ରତାପଙ୍କ ସହ କେନ୍ଦ୍ରାପଡ଼ା ବିଧାୟକ ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଗଦେଇ ମାହାଙ୍ଗା ବିଧାୟକ ଶାରଦା ଓ ତାଙ୍କ ସମର୍ଥକ ମାନଙ୍କୁ ଏଥିପାଇଁ ଦାୟୀ କରି ଭର୍ତ୍ସନା କରିଛନ୍ତି। 

ଖାଲି ୩ ଜଣଙ୍କୁ ଗିରଫ କଲେ ହେବନି ୟା ପଛରେ ଯାହାଙ୍କ ହାତ ଅଛି ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସେମାନେ ଦାବି ରଖିଛନ୍ତି। ଏହାଛଡା ଏହି ପ୍ରସଙ୍ଗକୁ ଆଗାମୀ ଅଧିବେଶନରେ ଜୋରଦାର ଉଠାଯିବ ବୋଲି ମଧ୍ୟ ଗଣେଶ୍ୱର ବେହେରା କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.