ଏପରି ଏକ ପ୍ରାଣୀ; ସାପଠାରୁ ଅଧିକ ବିଷାକ୍ତ, ଥରକର ବିଷରେ ଆଖି ପିଛୁଳାକେ ଚାଲିଯିବ ଜୀବନ

Published By : Prameya-News7 Bureau | June 23, 2024 IST

ନୂଆଦିଲ୍ଲୀ ୨୩।୦୬: ସାରା ବିଶ୍ବରେ ଅନେକ ବିଷାକ୍ତ ପ୍ରାଣୀ ରହିଛନ୍ତି । ଖାସ୍‌ କରି କୁହାଯାଏ କି ସାପ ଅତ୍ୟନ୍ତ ବିଷାକ୍ତ । ବିଶ୍ବର ବିଭିନ୍ନ ପ୍ରାନ୍ତରେ ଭୟଙ୍କର ତଥା ଅତି ବିଷାକ୍ତ ସାପ ରହିଛନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ସାପ ସବୁଠାରୁ ବିଷାକ୍ତ ନୁହେଁ ବରଂ ସାପଠୁ ବି ଅଧିକ ବିଷାକ୍ତ ପ୍ରାଣୀ ରହିଛନ୍ତି । 

ସବୁଠାରୁ ବିପଜ୍ଜନକ ଜଳଚର ବିଷାକ୍ତ ପ୍ରାଣୀ ଏକ ଶାବକ ଛଡା ଆଉ କିଛି ନୁହେଁ । ସବୁଠାରୁ ବିଷାକ୍ତ ଶାବକ ପ୍ରଜାତିର ନାଁ ହେଉଛି ଜିଓଗ୍ରାଫିକ୍‌ କୋନ୍‌…ଏହି ଶାବକ ନିଜକୁ ରକ୍ଷା କରିବା ପାଇଁ ମାରାତ୍ମକ ବିଷ ଛାଡିଥାଏ । 

ରିସର୍ଚ୍ଚ ଅନୁଯାୟୀ ଏହି ଶାବକର ବିଷ ପ୍ରଭାବରେ କୌଣସି ବ୍ୟକ୍ତିର ଆଖି ପିଛୁଳାକେ ଜୀବନ ଚାଲିଯିବ । ଜିଓଗ୍ରାଫିକ୍‌ କୋନ୍‌ ନାମକ ଶାବକଙ୍କ ଶରୀରରୁ ନିର୍ଗତ ବିଷ ୧୦ଟି ଅଂଶକୁ ନେଇ ତିଆରି ହୋଇଥାଏ । ମଣିଷକୁ ସହଜରେ ମାରିବା ପାଇଁ ଏହା ସକ୍ରିୟ ଭାବରେ କାମ କରେ । 

ପାଣିରେ ଥିବା ଏହି ଶାବକ ଦ୍ବାରା ନିର୍ଗତ ହୋଇଥିବା ବିଷ ସବୁଠାରୁ ବିପଜ୍ଜନକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଷ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ଆସିନାହିଁ । ଏହାର ଅର୍ଥ ଏହି ଶାବକ ବିଷ ପାଇଁ କୌଣସି ଔଷଧ ନାହିଁ…

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.