ଭାରତରେ ପରିବା କିଣିଲେ ଜର୍ମାନୀ ମନ୍ତ୍ରୀ, UPI ପେମେଣ୍ଟର ହେଲେ ଫ୍ୟାନ୍; ସୋସିଆଲ ମିଡିଆରେ ଭାଇରାଲ୍

Published By : Prameya-News7 Bureau | August 20, 2023 IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଜର୍ମାନୀର ଜଣେ ମନ୍ତ୍ରୀ ବଜାରରୁ ପରିବା କିଣିବା ପରେ ୟୁପିଆଇ ପେମେଣ୍ଟ କରିଛନ୍ତି । ତେବେ ଏହି ନିଆର ଅନୁଭୂତିରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତି କରିଛନ୍ତି । ଭାରତରେ ସ୍ଥିତ ଜର୍ମାନ ଦୂତାବାସ ଟ୍ୱିଟ୍ କରି ଏହାର ଭିଡିଓ ଏବଂ ଫଟୋକୁ ସେୟାର କରିଛି । ଏହାସହ ଭାରତରେ ଡିଜିଟାଲ ଭିତ୍ତିଭୂମିର ପ୍ରଶଂସା ମଧ୍ୟ କରିଛନ୍ତି । ଜର୍ମାନୀର ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲ୍କର ୱିସିଂ ଭାରତ ଗସ୍ତରେ ଅଛନ୍ତି । ଅଗଷ୍ଟ ୧୯ରେ ଜି-୨୦ ଦେଶର ଡିଜିଟାଲ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ପାଇଁ ୱିସିଂ ନୂଆଦିଲ୍ଲୀ ଆସିଛନ୍ତି ।

ପଢନ୍ତୁ: ଶ୍ରୀଲଙ୍କାରେ ମଧ୍ୟ ଲଞ୍ଚ ହେବ UPI, ଦ୍ବିପାକ୍ଷିକ ଆଲୋଚନା ପରେ କହିଲେ ରାଷ୍ଟ୍ରପତି ବିକ୍ରମସିଙ୍ଘେ

ଭାରତରେ ଜର୍ମାନୀ ଦୂତାବାସ ବିଜିଙ୍ଗଙ୍କ ଭିଡିଓ ଏବଂ ଫଟୋ ପୋଷ୍ଟ କରିଛି । ଏଥିରେ ସେ କିଛି ସାମଗ୍ରୀ କିଣୁଛନ୍ତି ଏବଂ ଟଙ୍କା ପୈଠ ପାଇଁ ୟୁପିଆଇର ବ୍ୟବହାର କରୁଛନ୍ତି । ପୋଷ୍ଟର କ୍ୟାପ୍ସନରେ ଲେଖାଯାଇଛି ଭାରତର ସଫଳତାର କାହାଣୀ ଏକ ଡିଜିଟାଲ ଇନଫ୍ରାଷ୍ଟ୍ରକ୍ଚର ଅଟେ । ୟୁପିଆଇ ପ୍ରତି ବ୍ୟକ୍ତିଙ୍କୁ ସେକେଣ୍ଡରେ ନେଣଦେଣ କରିବାରେ ସକ୍ଷମ କରିଛି । ଲକ୍ଷ ଲକ୍ଷ ଭାରତୀୟ ଏହାକୁ ବ୍ୟବହାର କରୁଛନ୍ତି । ସଂଘୀୟ ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ୱିସିଂ ୟୁପିଆଇରେ ପୈଠର ସହଜତାକୁ ଅନୁଭବ କରିଛନ୍ତି । ସେ ଏଥିରେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।

wp:html /wp:html

ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ, ସୋସିଆଲ ମିଡିଆ ୟୁଜର୍ସ ଜର୍ମାନୀ ମନ୍ତ୍ରୀଙ୍କୁ ଭାରତର ଡିଜିଟାଲ ଆର୍ଥିକ କ୍ରାନ୍ତିର ଅଂଶୀଦାର ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏହା ଜର୍ମାନୀରେ ଜର୍ମାନ ଦୋକାନୀଙ୍କ ପାଇଁ ଏକ ଆଶୀର୍ବାଦ ଅଟେ, ଯେଉଁମାନେ ବର୍ତ୍ତମାନ ସମୟରେ ନଗଦ ନେଣଦେଣ କରୁଛନ୍ତି । ଅନ୍ୟଜଣେ ୟୁଜର କହିଛନ୍ତି ଯେ, ୟୁପିଆଇ ଗ୍ଲୋବାଲ ହୋଇଛି ।

Also read: UPIରେ ଯୋଡ଼ିହେବ AI, ଭଏସ କମାଣ୍ଡ ଦ୍ବାରା ଆହୁରି ସହଜରେ ହେବ ପେମେଣ୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.