ଭୁବନେଶ୍ୱର ୨୨/୧୧: ରାତିଅଧରେ ରାଜଧାନୀରେ ହାଇଡ୍ରାମା । ଯୁବକଙ୍କ ଗାଲକୁ ଗାଲ ସେକି ଦେଇଗଲେ ଯୁବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଅଞ୍ଚଳରେ । ଗୁରୁବାର ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ନିକଟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା ।
ଜଣେ ଯୁବକ ବାଇକରେ ଆସି ହସ୍ପିଟାଲ ନିକଟରେ ହୋହାଲ୍ଲା କରିଥିଲେ ଏବଂ ଜଣେ ଯୁବତୀଙ୍କୁ ଖୋଜିଥିଲେ । ଠିକ ସେହି ସମୟରେ ଯୁବତୀଜଣଙ୍କ ପହଂଚି ମୋତେ ବଦନାମ କରୁଛୁ । ମୋ ଇଜ୍ଜତ ସହ ଖେଳୁଛୁ କହି ଯୁବକଙ୍କୁ ବାଡେଇ ଚାଲିଲେ । ବାଟରେ ଯାଉଥିବା ଲୋକମାନେ ତାଜୁବ ହୋଇ ଚାହିଁଥିଲେ । ଏଥିପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ନେଇ ଥାନାକୁ ଯାଇଥିଲା ।
ସୂଚନାଥାଉତି, ରାତି ପ୍ରାୟ ୮ଟା ବେଳେ ମଞ୍ଚେଶ୍ୱର ଶିଳ୍ପାଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍ ସମ୍ମୁଖରେ ବାଇକ୍ ନେଇ ପହଞ୍ଚିଥିଲେ ଜଣେ ଯୁବକ । ସେଠାରେ କାମ କରୁଥିବା ଜଣେ ଯୁବତୀଙ୍କୁ ଖୋଜିବା ସହ ପାଟିତୁଣ୍ଡ କରୁଥିଲେ । ଏହି ସମୟରେ ଜଣେ ଯୁବତୀ ସେଠାରେ ପହଞ୍ଚିଥିଲେ । ଆଉ ଯୁବକ ଜଣଙ୍କୁ କହିଥିଲେ, ଏଠି ଆସି ମୋ ଇଜ୍ଜତ ସହ ଖେଳୁଛି... । ମୋତେ ବଦନାମ କରୁଛି...। ମୁଁ ତୋଠୁ କେତେବେଳେ ଟଙ୍କା ନେଲି ? କ’ଣ ଭାବିଛୁ.... ।
ଏହା ପରେ ଯୁବକ ଜଣଙ୍କ କିଛି କହିବା ଆଗରୁ ଯୁବତୀ ଜଣଙ୍କ ତାଙ୍କୁ ଚାପୁଡା ଉପରେ ଚାପୁଡା ସେକି ଦେଇ ଯାଇଥିଲେ । ଏ ସବୁ ଦୃଶ୍ୟକୁ କିଛି ଲୋକ ନିଜ ମୋବାଇଲ୍ରେ ରେକର୍ଡିଂ କରୁଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲା । ତେବେ ଏନେଇ ଉଭୟ ପକ୍ଷରୁ କେହି ଥାନାରେ ଅଭିଯୋଗ କରି ନ ଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି ।