ନୂଆଦିଲ୍ଲୀ: ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ବଜେଟ୍ ଆସିବା ପରେ ଲଗାତର ୨ ଦିନ ହେଲା ସୁନା ମୂଲ୍ୟ ବଢ଼ିବାରେ ଲାଗିଛି।
ମଙ୍ଗଳବାର ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ୩୦୬ ଟଙ୍କା ବୃଦ୍ଧି ପାଇ ୮୩,୦୧୦ ଟଙ୍କା ହୋଇଛି। ଗତକାଲି ଅର୍ଥାତ୍ ଫେବୃଆରୀ ୩ ତାରିଖରେ ସୁନା ୧୦ ଗ୍ରାମ ପିଛା ସର୍ବାଧିକ ୮୨,୭୦୪ ଟଙ୍କା ଥିଲା।
ସୁନା ସହ ତାଳ ଦେଇ ରୁପା ମଧ୍ୟ ବଢ଼ି ଚାଲିଛି। ମଙ୍ଗଳବାର ରୂପା କେଜିରେ ୪୮୦ ଟଙ୍କା ମହଙ୍ଗା ହୋଇ କିଲୋଗ୍ରାମ ପିଛା ୯୩,୭୯୩ ଟଙ୍କା ହୋଇଛି। ପୂର୍ବରୁ ରୁପା କେଜି ୯୩,୩୧୩ ଟଙ୍କା ଥିଲା। ତେବେ ୨୩ ଅକ୍ଟୋବର ୨୦୨୪ରେ ରୁପା ସର୍ବୋଚ୍ଚ ସ୍ତରରେ ପହିଞ୍ଚି ଯାଇଥିଲା। ସେତେବେଳେ କିଲୋଗ୍ରାମ ପିଛା ୯୯,୧୫୧ ଟଙ୍କା ହୋଇଯାଇଥିଲା ରୁପା। ଭୁବନେଶ୍ୱର ସମେତ ୪ ମହାନଗରରେ ସୁନା ମୂଲ୍ୟ
ଦିଲ୍ଲୀ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୮,୨୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୫,୩୫୦ ଟଙ୍କା।
ମୁମ୍ବାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୮,୧୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୫,୨୦୦ ଟଙ୍କା।
କୋଲକାତା: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୮,୧୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୨୦୦ ଟଙ୍କା।
ଚେନ୍ନାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୮,୧୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୨୦୦ ଟଙ୍କା।
ଭୁବନେଶ୍ୱର: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୮,୧୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୨୦୦ ଟଙ୍କା।
ପରିବହନ ଆଦି କାରଣରୁ ବିଭିନ୍ନ ରାଜ୍ୟରେ ସୁନା ମୂଲ୍ୟ ଅଲଗା ଅଲଗା ହୋଇଥାଏ। ତା’ ସହିତ ଏଥିରେ ମେକିଂ ଚାର୍ଜ ଓ ଜିଏସ୍ଟି ମିଶାଇଲେ ସୁନା ଦାମ ଆହୁରି ବଢ଼ି ଯିବ।
ସୁନା ବୃଦ୍ଧିର ୫ ଟି ପ୍ରମୁଖ କାରଣ
୧. ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଭୂରାଜନୈତିକ ଉତ୍ତେଜନା ବୃଦ୍ଧି ପଇବା ସୁନା ମୁଲ୍ୟ ବୃଦ୍ଧିର ଏକ କାରଣ।
୨. ଆମେରିକା ସମ୍ପ୍ରତି ସୁଧ ହାର ହ୍ରାସ କରିଛି ଏବଂ ଆହୁରି ହ୍ରାସ କରିପାରେ, ଏହା ମଧ୍ୟ ଏକ କାରଣ।
୩. ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ସୁନା ମହଙ୍ଗା ହେଉଛି।
୪. ମୁଦ୍ରାସ୍ଫୀତି ମଧ୍ୟ ସୁନାର ମୂଲ୍ୟ ବୃଦ୍ଧିରେ ସହାୟକ ହେଉଛି।
୫. ଷ୍ଟକ୍ ବଜାରରେ ବଢ଼ୁଥିବା ଅସ୍ଥିରତା ଯୋଗୁ, ଲୋକମାନେ ଗୋଲ୍ଡ ଇଟିଏଫରେ ନିବେଶ ବୃଦ୍ଧି କରୁଛନ୍ତି। ତେଣୁ ଡିମାଣ୍ଡ ବଢ଼ିବାରୁ ଦାମ ସୁନା ଦାମ ବି ବଢ଼ୁଛି।