ବିବାହ ଋତୁରେ ଚମକିଲା ହଳଦିଆ ଧାତୁ, ଦର ୮୫ ହଜାର ପାର୍

Published By : Prameya-News7 Bureau | February 05, 2025 IST

ନୂଆଦିଲ୍ଲୀ ୦୫/୦୧: ଭୁ-ରାଜନୈତିକ ସମସ୍ୟା ଏବଂ ବିଭିନ୍ନ ପ୍ରକାର ଅନିଶ୍ଚିତତା ମଧ୍ୟରେ ସୁନାର ଚମକ ବଢୁଛି । ଆଜି ସୁନା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୮୫,୦୦୦ ଟଙ୍କା ପାର୍‌ କରିଛି । 

alos read...

ଆମେରିକା ଉପରେ ଚୀନ୍‌ର ପାଲଟା ହମଲା, ତେଲ ଓ କାର ଉପରେ ଲଦିଲା ଟିକସ

ରାଜଧାନୀ ଭୁବନେଶ୍ୱରରେ ଆଜି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ଏବଂ ୨୪ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୧,୦୫୦ ଏବଂ ୧,୧୫୦ ଟଙ୍କା ମହଙ୍ଗା ହୋଇଛି । ଉଭୟର ଦର ଯଥାକ୍ରମେ ୭୮,୧୦୦ ଟଙ୍କା ଏବଂ ୮୫,୨୦୦ ଟଙ୍କା ହୋଇଛି । ନୂଆବର୍ଷରେ ସୁନା ୬,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୧୦୦୦ ଟଙ୍କା ହ୍ରାସ ପାଇ ୧,୦୬,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି । ଗତବର୍ଷ ସୁନା ଦର ୨୦.୨୨% ବଢିଛି । ସେହିଭଳି ରୁପା ୧୭.୧୯% ରିଟର୍ଣ୍ଣ ଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.