ମନୋଜଙ୍କ ନିଆରା ଚିତ୍ରକଳା, ବିଶ୍ୱକପ୍ ବିଜୟୀ ଲାଗି ଟିମ୍ ଇଣ୍ଡିଆକୁ ଦେଲେ ଶୁଭେଚ୍ଛା

Published By : Prameya-News7 Bureau | June 29, 2024 IST

କଟକ ୨୯।୦୬ :  ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଟି-୨୦ ବିଶ୍ୱକପ ହାତେଇବା ପାଇଁ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ।  ଓ୍ୱେଷ୍ଟଇଣ୍ଡିଜ୍‌ର ବାରବାଡସ୍ ଷ୍ଟାଡିୟମରେ ଖେଳାଯିବ ଏହି ଫାଇନାଲ ମ୍ୟାଚ। 


ତେବେ ଦୀର୍ଘ ଦଶ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପରେ ନିଜର ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି । ଏହାରି ଭିତରେ ପ୍ରତିଥର ଭଳି ଏକ ନିଆରା ଚିତ୍ରକଳା ମାଧ୍ୟମରେ ଟିମ୍ ଇଣ୍ଡିଆକୁ ଚିଅର୍ ଅପ୍ କରିଛନ୍ତି କଟକର ଚିତ୍ରଶିଳ୍ପୀ ମନୋଜ। ଏକ ପ୍ଲାଷ୍ଟିକ ବଲରେ ସେ ହିଟ୍ ମ୍ୟାନ ରୋହିତ ଶର୍ମା ଓ ଘାତକ ବୋଲର ଜସପ୍ରୀତ ବୁମରାଙ୍କ ଚିତ୍ରକୁ ସ୍ଥାନିତ କରିଛନ୍ତି । କେବଳ ସେତିକି ନୁହେଁ ବୁମରାଙ୍କ ଚିତ୍ରରେ ରହିଛି ଏକ ବିଶ୍ୱକପର ସ୍ୟାଡୋ,  ଯାହା ବେଶ୍ ଆକର୍ଷଣ ଲାଗୁଛି ।  ଏହି ଚିତ୍ରକଳା କରିବାକୁ ପାଖାପାଖି ଦେଢ଼ରୁ ଦୁଇ ଘଣ୍ଟାର ସମୟ ଲାଗିଛି ବୋଲି କହିଛନ୍ତି ଚିତ୍ରଶିଳ୍ପୀ ମନୋଜ କୁମାର ଦାସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.