ନିଜ ସହରର ନୂଆ ରୂପ ଦେଖି...ମୋଦୀ ସରକାରଙ୍କ କାମକୁ ପୁଣି ପ୍ରଶଂସା କଲେ JNUର ପୂର୍ବତନ ଛାତ୍ରୀ ସେହଲା ରଶିଦ

Published By : Prameya-News7 Bureau | November 01, 2023 IST

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ମୁଖର ସମାଲୋଚକ ରହିଥିବା ଜେଏନୟୁର ପୂର୍ବତନ ଛାତ୍ରୀ ସେହଲା ରାଶିଦଙ୍କ ଏବେ ସ୍ୱର ବଦଳି ଯାଇଛି । ଗତ କିଛି ମାସ ମଧ୍ୟରେ ସେହଲା ଅନକ ଥର ଜାମ୍ମୁ କାଶ୍ମୀରକୁ ନେଇ ମୋଦୀ ସରକାରଙ୍କୁ ପ୍ରଶଂସା କରିଛନ୍ତି । ବୁଧବାର ପୁଣି ସେ ଏକ ଟ୍ୱିଟ୍ କରିଛନ୍ତି, ଏଥିରେ ସେ ନିଜ ସହର ଶ୍ରୀନଗର କିଛି ଫଟୋ ସେୟାର କରି ଲେଖିଛନ୍ତି ଯେ ସହରର ନୂଆ ରୂପ ଦେଖି ଖୁସି ଲାଗୁଛି ।

ସେହଲା ରଶିଦ ସୋସିଆଲ୍ ମିଡିଆ ଏକ୍ସରେ ଲେଖିଛନ୍ତି, 'ନିଜ ସହରର ପରିବର୍ତ୍ତନ ହେବା ଦେଖି ଖୁସି ଲାଗୁଛି । ସହରରେ ଭିତରେ ଭିଡ଼ କାମ କରିବା ନିଷ୍ପତ୍ତି ପାଦ ଚଲା ଯାତ୍ରୀ ଓ ଗ୍ରାହକଙ୍କ ପାଇଁ ବାସ୍ତବ ରୂପେ ଉପଯୋଗୀ ସାବ୍ୟସ୍ତ ହେବ । କମ ପ୍ରଦୂଷଣ, ଶବ୍ଦ । ଠିକ୍ ପାର୍କିଂ, ସାର୍ବଜାନୀନ ସୁବିଧା'। ଏହି ପୋଷ୍ଟ ସହ ସେ ନିଜ ସହରର ବିକାଶର କିଛି ଫଟୋ ସେୟାର କରିଛନ୍ତି । ରଶିଦ ସ୍ମାର୍ଟସିଟି, ୟୁରୋପ ଫିଲ୍ସ, ଶ୍ରୀନଗର ଆଦି ହାସଟ୍ୟାଗକୁ ବ୍ୟବହାର କରିଛନ୍ତି ।

wp:html /wp:html

ସେହଲା ଏହି ପୋଷ୍ଟ ସହ ଜାମ୍ମୁ କାଶ୍ମୀର ଏଜି ମନୋଜ ସିହ୍ନା, ତାଙ୍କ ଅଫିସ୍ ଆକାଉଣ୍ଟ. ପିଏମଓ ଆକାଉଣ୍ଟ ଓ ଶ୍ରୀନଗର ଡିଏମଙ୍କ ଆକାଉଣ୍ଟକୁ ଟ୍ୟାଗ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେହଲା ଶ୍ରୀନଗରକୁ ନେଇ ମୋଦୀ ସରକାରଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ମୋଦୀ ସରକାରଙ୍କ ନେତୃତ୍ୱରେ କାଶ୍ମୀରର ସ୍ଥିତି ସୁଧିବାରରେ ଲାଗିଛି ଓ ଲୋକଙ୍କ ଜୀବନ ସୁରକ୍ଷିତ ରହିଛି । ହିଜବୁଲ ଆତଙ୍କବାଦୀ ରଇସ୍ ମଟ୍ଟୁର ଏକ ଭିଡିଓ ସେଚୟାର କରି ଏହା କହିଥିଲେ । ରଇସ୍ ମଟ୍ଟୁ ସ୍ୱାଧୀନତା ଦିବସ ଅବସରରେ ଜାମ୍ମୁ କାଶ୍ମୀରର ସୋପୋରରେ ନିଜ ଘରେ ରାଷ୍ଟ୍ରୀୟ ପତାକା ଉଡାଇଥିଲେ ।

Also Read: ଜେଏନୟୁର ପୂର୍ବତନ ଛାତ୍ରୀ ଶେହଲା ରଶିଦଙ୍କ ବିରୋଧରେ ବାପା ଲଗାଇଲେ ସଙ୍ଗୀନ ଆରୋପ, କହିଲେ- ଝିଅ ଦେଶ ବିରୋଧୀ ଗତିବିଧିରେ ସାମି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.