Gmail ଆକାଉଣ୍ଟଧାରୀଙ୍କୁ ଝଟକା ! ବନ୍ଦ ହେବ ଲକ୍ଷ ଲକ୍ଷ ଆକାଉଣ୍ଟ

Published By : Prameya-News7 Bureau | September 20, 2024 IST

ନୂଆଦିଲ୍ଲୀ ୨୦।୦୯: Gmail ବ୍ୟବହାରକାରୀଙ୍କୁ ଲାଗିବ ବଡ ଝଟକା । ଏମାନଙ୍କ ଆକାଉଣ୍ଟ ବନ୍ଦ କରିବ ଗୁଗୁଲ । ୨୦ ସେପ୍ଟେମ୍ବର ରହିଛି ଶେଷ ତାରିଖ । କେମିତି ଏଥିରୁ ବର୍ତ୍ତିବେ ? ଗୁଗୁଲର ଏହି ଲିଷ୍ଟରେ ନାହିଁ ତ ଆପଣଙ୍କ ନାଁ ? ଦେଖନ୍ତୁ ଏହି ରିପୋର୍ଟ… 

ସ୍ମାର୍ଟଫୋନ ହେଉ କି କମ୍ୟୁଟର । ଏସବୁ ପାଇଁ ପ୍ରାଥମିକ ଆବଶ୍ୟକ ହେଉଛି Gmail ଆକାଉଣ୍ଟ । ବିଶ୍ବର ପାଖାପାଖି ୯୯ ପ୍ରତିଶତ ଲୋକଙ୍କ ପାଖରେ ରହିଛି Gmail ID । କିନ୍ତୁ ଏବେ Gmail ୟୁଜର୍ସଙ୍କୁ ଲାଗିପାରେ ଝଟକା । କାରଣ ୨୦ ସେପ୍ଟେମ୍ବରରୁ ବନ୍ଦ ହେବ କେତେକ Gmail ଆକାଉଣ୍ଟ । ଅନେକ ସମୟରେ ଗୁଗଲ Gmail ପାଇଁ ଆଣିଥାଏ ନୂଆ ନୂଆ ନିୟମ । ଗୁଗଲ ବର୍ତ୍ତମାନ ଲକ୍ଷ ଲକ୍ଷ Gmail ଆକାଉଣ୍ଟକୁ ବନ୍ଦ କରିବାକୁ ଯାଉଛି । 

ବାସ୍ତବରେ ଯେଉଁ Gmail ଆକାଉଣ୍ଟ ଆକ୍ଟିଭ ନାହିଁ ସେଗୁଡିକ ହେବ ବନ୍ଦ । ଗୁଗଲ କ୍ରମାଗତ ଭାବରେ ଲୋକଙ୍କୁ ସେମାନଙ୍କ ଆକାଉଣ୍ଟକୁ ଆକ୍ଟିଭ ରଖିବାକୁ କହିଥାଏ । କିନ୍ତୁ ଆକ୍ଟିଭ ନଥିବା ଆକାଉଣ୍ଟ ସେପ୍ଟେମ୍ବର ୨୦ରୁ ବନ୍ଦ କରିବାକୁ ଯାଉଛି ଗୁଗୁଲ । ଅନେକ ୟୁଜର୍ସ ଏକରୁ ଅଧିକ Gmail ଆକାଉଣ୍ଟ କ୍ରିଏଟ କରିଥାଆନ୍ତି, ହେଲେ ସେଥିରୁ ଅଧିକ ଆକାଉଣ୍ଟକୁ ପରେ ବ୍ୟବହାର କରିନଥାଆନ୍ତି । 

ଗୁଗଲ ନିଜ ସର୍ଭରର ସ୍ପେସକୁ ବଞ୍ଚାଇ ପାଇଁ ଏପରି ପଦକ୍ଷେପ ଗ୍ରହଣ କରିଛି । ଯିଏ ଜିମେଲ ବା ଗୁଗଲ ଡ୍ରାଇଭ ଭଳି ସର୍ଭିସକୁ ବ୍ୟବହାର କରନ୍ତି, କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଏଥିରେ ଆକ୍ଟିଭ ରହିନଥାଆନ୍ତି। ସେହି ଆକାଉଣ୍ଟକୁ ବନ୍ଦ କରାଯିବ । ଯଦି କେହି ଗୋଟିଏ Gmail ଆକାଉଣ୍ଟକୁ ୨ ବର୍ଷରୁ ଅଧିକ ଖୋଲିନାହାନ୍ତି ତେବେ ଆପଣଙ୍କ Gmailକୁ ଗୁଗଲ ବନ୍ଦ କରିପାରେ।

 ଯଦି ଆକାଉଣ୍ଟକୁ ଆକ୍ଟିଭ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କର Gmailକୁ ଲଗ୍ଇନ୍ କରନ୍ତୁ, ଏବଂ ଯେକୌଣସି ଇମେଲ୍ ପଠାନ୍ତୁ କିମ୍ବା ଇନବକ୍ସରେ ଥିବା ଇମେଲ୍ ପଢ଼ନ୍ତୁ । ଏମିତିକି ଗୁଗଲ୍ ଫଟୋରେ ସେୟାର କରିପାରିବେ ନିଜର ଫଟୋ। ଗୁଗଲ୍ ଫଟୋରେ ସାଇନ୍ ଇନ୍ କରି ଆପଣ ଫଟୋ ଅପଲୋଡ୍ କରିପାରିବେ। 

ଏହାବ୍ୟତୀତ Gmail ଆକାଉଣ୍ଟ ଲଗ୍ ଇନ୍ କରି ୟୁଟ୍ୟୁବରେ ଭିଡିଓ ଦେଖିପାରିବେ। ଗୁଗଲ୍ ଡ୍ରାଇଭ୍ ବ୍ୟବହାର କରି ଆପଣଙ୍କର ଆକାଉଣ୍ଟ୍ ମଧ୍ୟ ଆକ୍ଟିଭ ହୋଇପାରିବ। ଏମିତିକି ଗୁଗଲ୍ ଆକାଉଣ୍ଟକୁ ସାଇନ୍ ଇନ୍ କରି ସର୍ଚ୍ଚ ଇଞ୍ଜିନରେ କିଛି ସର୍ଚ୍ଚ କରନ୍ତୁ। ଏପରି କରିବା ଦ୍ବାରା ଆକ୍ଟିଭ ହୋଇଯିବ ଆକାଉଣ୍ଟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.