ନୂଆଦିଲ୍ଲୀ ୦୬।୦୨ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶ ପରେ ଆମେରିକାରେ ଅବୈଧ ଅନୁପ୍ରବେଶକାରୀଙ୍କୁ ହଟାଇବା ପ୍ରକ୍ରିୟା ଜାରି ରହିଛି । ଏହିକ୍ରମରେ ବୁଧବାର ପଞ୍ଜାବ ଅମୃତସରରେ ୧୦୦ରୁ ଅଧିକ ଲୋକ ଆମେରିକାର ଏକ ବିମାନ ଯୋଗେ ଫେରିଥିଲେ । ଏଥିରେ ଲୋକଙ୍କ ହାତକୁ ହାତକଡ଼ି ଓ ଗୋଡକୁ ଚେନ୍ରେ ବନ୍ଧାଯାଇଥିଲା ବୋଲି ଖବର ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଯାହାର ଏବେ ଫ୍ୟାକ୍ଟ ଚେକ୍ ସାମ୍ନାକୁ ଆସିଛି ।
A #Fake image is being shared on social media by many accounts with a claim that illegal Indian migrants have been handcuffed and their legs chained while being deported by US#PIBFactCheck
— PIB Fact Check (@PIBFactCheck) February 5, 2025
▶️ The image being shared in these posts does not pertain to Indians. Instead it shows… pic.twitter.com/9bD9eYkjVO
ଖବର ଅନୁଯାୟୀ, ବୁଧବାର ଆମେରିକାରୁ ଫେରିଥିବା ଭାରତୀୟଙ୍କ ହାତକୁ ହାତକଡ଼ି ଓ ଗୋଡ଼କୁ ଚେନ୍ରେ ବନ୍ଧାଯାଇଥିଲା ବୋଲି ଅଭିଯୋଗ ଆସିଥିଲା । ଏହାସହ ସେମାନଙ୍କ ସହିତ ଅପରାଧୀ ଭଳି ବ୍ୟବହାର କରାଯାଇଥିବାର କଥା ମଧ୍ୟ ସାମ୍ନାକୁ ଆସିଥିଲା । ବିମାନ ଅମୃତସରରେ ପହଞ୍ଚିବା ପରେ ସେମାନଙ୍କ ହାତକଡ଼ି ଓ ବେଡ଼ି ଖୋଲାଯାଇଥିଲା । ବେଆଇନ ପ୍ରବାସୀଙ୍କ ପ୍ରତି ଟ୍ରମ୍ପଙ୍କ ଏଭଳି ବ୍ୟବହାର ଅନେକଙ୍କୁ ବ୍ୟଥିତ କରିଛି । ନିଜ ଦେଶ ଓ ଲୋକଙ୍କୁ ଧନୀ ବନାଇବା ଆଳରେ ଟ୍ରମ୍ପ୍ ଅନ୍ୟମାନଙ୍କୁ ମଣିଷ ଭଳି ଦେଖୁ ନଥିବା କିଛି ପ୍ରବାସୀ କହିଥିଲେ। ଆମେରିକାରୁ ଫେରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ ଓ ହରିଆଣାର ଥିଲେ। ଏପିରିକି ଯଶପାଲ ସିଂହ ନାମକ ଜଣେ ପ୍ରବାସୀ ଅଭିଯୋଗ କରିଥିଲେ ଯେ, ଆମେରିକାରେ ତାଙ୍କୁ ଗିରଫ କରାଯିବା ପରେ ହାତକଡ଼ି ପକାଯାଇଥିଲା । ତାଙ୍କ ଗୋଡ଼କୁ ମଧ୍ୟ ଚେନ୍ରେ ବନ୍ଧାଯାଇଥିଲା, ଅମୃତସର ବିମାନବନ୍ଦରରେ ପହଞ୍ଚିବା ପରେ ହିଁ ଏହାକୁ ଖୋଲାଯାଇଥିଲା। ତେବେ ଏସବୁ ଖବର ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ପିଆଇବି ଫ୍ୟାକ୍ଟ ଚେକ୍ଟ ପକ୍ଷରୁ ଏକ ଫଟୋ ପୋଷ୍ଟ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି ଯେ, କୌଣସି ଭାରତୀୟଙ୍କ ଗୋଡ଼ରେ ଚେନ୍ କିମ୍ବା ହାତରେ ହାତକଡ଼ି ବନ୍ଧାଯାଇନାହିଁ । ତେଣୁ ସୋସିଆଲ୍ ମିଡିଆରେ ବୁଲୁଥିବା ଖବର ପୁରା ଭିତ୍ତିହୀନ ।