ସୋରୋରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ, କହିଲେ- ‘କେନ୍ଦ୍ର ସହଯୋଗରେ ଓଡ଼ିଶା ସରକାର ଯେକୌଣସି ଆହ୍ୱାନର ମୁକାବିଲା କରିପାରିବେ’

Published By : Prameya-News7 Bureau | June 03, 2023 IST

ସୋରୋ: ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିବା ସହ ହସ୍ପିଟାଲ ଯାଇ ଆହତଙ୍କୁ ଭେଟୁଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି । ଭଦ୍ରକ ହସ୍ପିଟାଲରେ ଆହତଙ୍କୁ ଭେଟିବା ପରେ ସୋରୋ ପହଞ୍ଚି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଛନ୍ତି । ଆହତଙ୍କ ଉଚିତ ଚିକିତ୍ସା ସୁନିଶ୍ଚିତ କରାଇବା ପାଇଁ ଡାକ୍ତରମାନଙ୍କୁ ରାଜ୍ୟପାଳ କହିଛନ୍ତି ।

ତେବେ ଏହି ବିପର୍ଯ୍ୟୟର ମୁକାବିଲା ଉପରେ ରାଜ୍ୟପାଳ କହିଛନ୍ତି, 'କେନ୍ଦ୍ରର ସହଯୋଗରେ ଓଡ଼ିଶା ସରକାର ଯେକୌଣସି ଆହ୍ୱାନର ମୁକାବିଲା କରିପାରିବେ । ଆମେ ଏପରି ଏକ କାର୍ଯ୍ୟ ଯିଏ ଫନି (ବାତ୍ୟା) ସହ ଅନ୍ୟ ବଡ଼ ବଡ଼ ବିପର୍ଯ୍ୟୟର ସାମନା କରି ବିଶ୍ୱରେ ନାଁ କରିଛୁ । ଆମେ ଚ୍ୟାଲେଞ୍ଜକୁ ସ୍ୱୀକାର କରୁଛୁ ଏବଂ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସହଯୋଗରେ ସଫଳତାର ସହ ମୁକାବିଲା କରୁଛୁ'।

wp:html /wp:html

ଏହା ପୂର୍ବରୁ  ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କୁ ଭେଟିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେଠାରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିଥିଲେ ।

ଶୁକ୍ରବାର ସଂଧ୍ୟାରେ ବାହାନଗାରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ, ସାଲୀମାର-ଚେନ୍ନାଇ-ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ଏକ ମାଲଗାଡ଼ି ମଧ୍ୟରେ ଦୁର୍ଘଟଣା ଯୋଗୁଁ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ୧୦୦୦ରୁ ଅଧିକ ଆହତ ଚିକିତ୍ସିତ ହେଉଛନ୍ତି ।

READ ALSO: ଭଦ୍ରକ ମେଡିକାଲରେ ରାଜ୍ୟପାଳ, ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.