ଭୁବନେଶ୍ବର ୧/୧୨: ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବିଫଳ । ପରିବାର ନିୟୋଜନ ଅସ୍ତ୍ରୋପଚାର ପରେବି ମାଆ ହେଲେ ମହିଳା । ଅଭିଯୋଗ ପରେ ଜଗତସିଂହପୁର ଜିଲ୍ଲା ଉପଭୋକ୍ତା ଫୋରମ୍ ,ମହିଳାଙ୍କୁ ୬୦ ହଜାର ଟଙ୍କା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତିର୍ତ୍ତୋଲ ବ୍ଲକ ମୁଲିସିଂହ ଗାଁର ବାସିନ୍ଦା ୩୩ ବର୍ଷୀୟା ସୁମନ ସାହୁ । ଜାନୁଆରୀ ୪ରେ ମଣିଜଙ୍ଗାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ । ହେଲେ ଅପରେସନ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି । କାରଣ ଅପରେସନ ପରେ ମଧ୍ୟ ସେ ଗର୍ଭବତୀ ହୋଇ ନଭେମ୍ବର ୬ରେ ତୃତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏ ସଂପର୍କରେ ସେ ଜିଲ୍ଲା ଉପଭୋକ୍ତା ଫୋରମରେ ଅଭିଯୋଗ କରିଥିଲେ । ଅପରେସନ ବିଫଳ ହେବା ପାଇଁ ସେ ସିଡିଏମ୍ଓ ଓ ସ୍ବାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକଙ୍କୁ ଦାୟୀ କରି ୫୦ ଲକ୍ଷର କ୍ଷତିପୂରଣ ଦାବି କରିଥିଲେ । ସେ କହିଥିଲେ ମୋର ସ୍ବାମୀ ଜଣେ ଡ୍ରାଇଭର। ପୂର୍ବରୁ ମୋର ୨ଟି ସନ୍ତାନ ଅଛନ୍ତି । ଅର୍ଥ ଅଭାବରୁ ଆମେ ତୃତୀୟ ସନ୍ତାନକୁ ଲାଳନପାଳନ କରିବାକୁ ସକ୍ଷମ ହୋଇପାରିବୁନି । ଚିକିତ୍ସା କରିଥିବା ଡାକ୍ତରମାନଙ୍କ ଅବହେଳାରୁ ଏସବୁ ଘଟିଥିବା ସ୍ପଷ୍ଟ ହେବା ପରେ ୧ ମାସ ମଧ୍ୟରେ ମହିଳାଙ୍କୁ ୬୦ ହଜାର ଟଙ୍କା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛି ଜଗତସିଂହପୁର ଉପଭୋକ୍ତା ଫୋରମ୍ ।
ଅଧା ରହିଗଲା ଦେଶ ସେବା କରିବାର ସ୍ୱପ୍ନ, ଚାକିରିରେ ଯୋ...