'ଅଭିଜ୍ଞ ଅଧିକାରୀଙ୍କ ସହାୟତା ନିଆଯିବ, ଆବଶ୍ୟକ ପଡ଼ିଲେ ଆସିବ ଚପର୍‌'

Published By : Prameya-News7 Bureau | October 21, 2024 IST

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବାତ୍ୟା ମୁକାବିଲା ସମୀକ୍ଷା ବୈଠକ ଚାଲିଛି । ବୈଠକରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, SRC ଉପସ୍ଥିତ ଅଛନ୍ତି।

ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ କହିଛନ୍ତି- ସମ୍ଭାବ୍ୟ ବାତ୍ୟା ନେଇ ସମୀକ୍ଷା ହୋଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲା ହୋଇଛି। ପଶୁ ସମ୍ପଦକୁ ଅସ୍ଥାୟୀ ଭାବେ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ବାତ୍ୟା ପାଇଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାରେ NDRF ଟିମ୍‌ ଓ ଓଡ୍ରାଫ୍ ଟିମ୍‌ ଟିମ୍‌ ଯିବା ଆରମ୍ଭ କରିଛନ୍ତି। 

ଏପରିକି ଅଧିକ ବିପଦପୂର୍ଣ୍ଣ ଜିଲ୍ଲା ପାଇଁ ଚପର୍‌ ଆଣିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। ବାତ୍ୟାର ସଫଳ ମୁକାବିଲା ପାଇଁ ଅଭିଜ୍ଞ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା। ଯେଉଁମାନେ ପୂର୍ବରୁ ବାତ୍ୟାର ସଫଳ ମୁକାବିଲା କରିଛନ୍ତି। ତେବେ ସମ୍ପୃକ୍ତ ଅଧିକାରୀମାନେ ଯେଉଁଠି ଅବସ୍ଥାପିତ ହୋଇଥିଲେବି, ସେମାନେ ବାତ୍ୟା ମୁକାବିଲାର ଦାୟିତ୍ୱ ନେବେ। ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆଦୌ ବିଚଳିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। 


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.