‘ରାସନ ସାମଗ୍ରୀର ଅଭାବ ନାହିଁ’: ଦର ବଢ଼ିଲେ ହେଲେ ସୂଚନା ଦେବାକୁ କହିଲା ବଣିକ ସଂଘ

Published By : Prameya-News7 Bureau | October 21, 2024 IST

News7

କଟକ: ରାସନ ସାମଗ୍ରୀ ନେଇ ଅଯଥା ଆତଙ୍କିତ ହୁଅନ୍ତୁ ନାହିଁ। ସମ୍ଭାବ୍ୟ ବାତ୍ୟା ପାଇଁ ଦର ବୃଦ୍ଧି ହେବାର ପ୍ରଶ୍ନ ଉଠୁନାହିଁ। ମାଲଗୋଦାମରେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ରାସନ ସାମଗ୍ରୀ ମହଜୁଦ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି କଟକ ବଣିକ ସଂଘ। 

ମାଲଗୋଦାମରେ କୌଣସି ସାମଗ୍ରୀର ଅଭାବ ଦେଖାଯିବ ନାହିଁ। ଆବଶ୍ୟକ ପଡିଲେ ଅତିରିକ୍ତ ସାମଗ୍ରୀ ଯୋଗେଇବା ପାଇଁ ଅନ୍ୟ ରାଜ୍ୟ ସହ ଯୋଗାଯୋଗରେ ରହିଛି କଟକ ବଣିକ ସଂଘ। 

ଆବଶ୍ୟକତା ଠାରୁ ଅଧିକ ଯଦି କେହି ଦରବୃଦ୍ଧି କରି ବ୍ୟବସାୟ କରନ୍ତି ତା ହେଲେ ଲୋକେ ବଣିକ ସଂଘ ନିକଟରେ ଅଭିଯୋଗ କରି ପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ବଣିକ ସଂଘ ସାଧାରଣ ସମ୍ପାଦକ। 

ବାତ୍ୟା ନାଁ ଶୁଣିଲା ମାତ୍ରେ ବଜାରରେ ବଢ଼ିଲାଣି ପରିବା ଦର। ଧୀରେ ଧୀରେ ଗାଏବ ହେବାକୁ ବସିଲାଣି ଆଳୁ, ପିଆଜ ଓ କ୍ୟାଣ୍ଡେଲ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ। ଗଲାକାଲି ଯେଉଁଠି ବଜାରରେ ଆଳୁ କିଲୋ ୩୦ରୁ ୩୫ ଭିତରେ ବିକ୍ରି ହେଉଥିଲା, ସେଠି ଆଜି ୩୫ରୁ ୪୫ ଯାଏଁ ବଢ଼ିଗଲାଣି ଆଳୁ ଦର। 

ସେପଟେ ପିଆଜ ବି ୫ରୁ ୧୦ଟଙ୍କା ବଢ଼ାଇ ସାରିଲେଣି ବେପାରୀ। ବାକି ପରିବା ଦର ତ ନକହିଲେ ଭଲ। ପୁଣି ସେଞ୍ଚୁରୀ ମୁହାଁ ହୋଇଛି ଟମାଟୋ ଦର। ୬୦/୭୦ ଉପରେ ରହିଛି ଅନ୍ୟ ପରିବା ଦର। ସେହିଭଳି ବଜାରରେ ଏବେ କ୍ୟାଣ୍ଡେଲ ମିଳୁନଥିବା ବିଭିନ୍ନ ଜାଗାରୁ ଅଭିଯୋଗ ହେଲାଣି।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.