ବନ୍ଦ ହେବ କଟନି ଛଟନି, ୪୮ଘଣ୍ଟା ଭିତରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ଟଙ୍କା

Published By : Prameya-News7 Bureau | October 21, 2024 IST

ଭୁବନେଶ୍ଵର:  ଆଉ କିଛି ଦିନ ପରେ ରାଜ୍ୟରେ ଆରମ୍ଭ ହୋଇଯିବ ଖରିଫ ଧାନ ସଂଗ୍ରହ। ଏଥର ଯେମିତି ଚାଷୀ ନିଜର ଧାନ ସୁରୁଖୁରୁରେ ବ୍ୟବସ୍ଥିତ ଭାବେ ବିକ୍ରି କରି ପାରିବେ ଏବଂ ଠିକ୍ ପ୍ରକ୍ରିୟାରେ ଧାନ ସଂଗ୍ରହ ହୋଇ ପାରିବ ତାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।  ଏଣିକି ଦଲାଲମୁକ୍ତ ଓ ଦୁର୍ନୀତିମୁକ୍ତ ଧାନ ସଂଗ୍ରହ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।  ସେହିଭଳି କଟନି ଛଟନି ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସ୍ବଚ୍ଛତାର ସହ ଧାନର ଏଫ.ଏ.କ୍ୟୁ ମାନ ପରୀକ୍ଷା କରାଯିବ । ଧାନ ବିକ୍ରିର ୪୮ଘଣ୍ଟା ଭିତରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କା। 

ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ଟି ବୃହତ୍ତ ମଣ୍ଡିରେ ଅଟୋମେଟିକ ଗ୍ରେନ୍ ଆନାଲାଇଜର ବ୍ୟବସ୍ଥା କରାଯାଇଥିବା ବେଳେ ଛୋଟ ମଣ୍ଡିରେ ମାନୁଆଲ୍ ଧାନ ପରୀକ୍ଷଣ ଯନ୍ତ୍ର ବ୍ୟବସ୍ଥା କରାଯିବ । ପ୍ରତି ଧାନ ସଂଗ୍ରହ କେନ୍ଦ୍ରରେ କ୍ବାଲିଟି ଆନାଲିଷ୍ଟ ଓ କ୍ବାଲିଟି ସୁପରଭାଇଜର ନିୟୋଜିତ ହେବେ । ରାଜ୍ୟରେ କରାଯାଇଥିବା ୯୭୩ଟି ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନଙ୍କ ପାଇଁ ବିଶ୍ରାମ ଗୃହ, ଶୌଚାଳୟ ସୁବିଧା, ଧାନ ଶୁଖାଇବାକ ପାଇଁ କଂକ୍ରିଟ୍ ଖଳା, ବର୍ଷାରୁ ସୁରକ୍ଷା ପାଇଁ ଛାଯୁକ୍ତ ଉଚ୍ଚ ପିଣ୍ଡି, ବାଉଣ୍ଡାରୀ ଓ୍ବାଲ ବ୍ୟବସ୍ଥା କରିବାକୁ ପୁର୍ତ୍ତବିଭାଗକୁ କୁହାଯାଇଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.