ବିବାଦ ତୁଟାଇବାକୁ ଯାଇଥିଲେ, ଏକାସାଙ୍ଗେ ଜଣେ ଯୁବକଙ୍କୁ ପିଟିଲେ ୧୫

Published By : Prameya-News7 Bureau | March 16, 2025 IST

NEWS UPDATE

ବାଲିଗୁଡ଼ା ୧୬।୦୩ : ହୋଲିରେ ଅଘଟଣ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ l କନ୍ଧମାଳ ଜିଲ୍ଲା ବାଲିଗୁଡାର ଗୋଇବନ୍ଧାରେ ଗଣ୍ଡଗୋଳ ସମାଧାନ କରିବାକୁ ଯାଇ ନିର୍ଧୁମ ମାଡ଼ ଖାଇଲେ ଯୁବକ l 

ଖଡ଼ଗ ନଦୀରେ ପିକନିକ କରୁଥିବା ବେଳେ କୌଣସି କାରଣକୁ ନେଇ ଦଣ୍ଡପଦର ଏବଂ ବଗlଡ଼ ଗାଁର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ଛଡାଇବାକୁ ଯାଇ ଦଣ୍ଡପଦାର ଯୁବକଙ୍କ ଠାରୁ ନିର୍ଧୁମ ମାଡ଼ ଖାଇଥିଲେ ମହସିଂର ବୁଟୁଲୁ ପାତ୍ର l ୧୫ରୁ ଉର୍ଦ୍ଧ ଯୁବକ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ଠେଙ୍ଗା ବାଡ଼ିରେ ମାଡ଼ ମାରି ଅଚେତ ଅବସ୍ଥାରେ ନଦୀରେ ଫିଙ୍ଗି ଦେଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ବୁଟୁଲୁଙ୍କ ଶରୀରରେ ଶକ୍ତ ଆଘାତ ଲାଗିଛି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡା ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ବାଲିଗୁଡା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ବ୍ରଡକାଷ୍ଟରଙ୍କ ଉପରେ ବର୍ଷିଲେ କୋହଲି, କହିଲେ-ଖାଇବା ନୁହେଁ, ଖେଳ ବିଷୟରେ ଆଲୋଚନା କର...

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.