ମାୟାନଗରୀରେ ସେକ୍ସ ରାକେଟ୍, ୪ ଅଭିନେତ୍ରୀ କରୁଥିଲେ ଦେହ ବେପାର, ଦଲାଲ ଗିରଫ

Published By : Prameya-News7 Bureau | March 15, 2025 IST

ମୁମ୍ବାଇ ୧୫।୩: ମୁମ୍ବାଇ ପୋଲିସ ଏକ ବଡ଼ ସେକ୍ସ ରାକେଟ୍ ଠାବ କରିଛି। ପୋଲିସ କାର୍ଯ୍ୟାନୁଷ୍ଠାନରେ ୪ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି ଏହା ସହିତ ଜଣେ ଦଲାଲ ଗିରଫ ହୋଇଛି। ଏହି ସେକ୍ସ ରାକେଟ୍ ହୀରାନନ୍ଦନୀ ପବଇ ଅଞ୍ଚଳରେ ଚାଲିଥିଲା। ଏଠାରେ ସେକ୍ସ ରାକେଟ୍ ଚାଲୁଥିବାର ପୋଲିସକୁ ପୂର୍ବରୁ ସୂଚନା ଥିଲା। ସେହି ଅନୁସାରେ ପୋଲିସ ଚଢଉ କରି କାର୍ଯ୍ୟାନୁଷ୍ଠାନ କରିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯାହା ତାହା ହେଉଛି ସେକ୍ସ ରାକେଟ୍ ରେ ସାମିଲ ମହିଳାମାନେ ବଲିଉଡ ଅଭିନେତ୍ରୀ। 

ଏହି ମହିଳାମାନେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସଂଘର୍ଷ କରୁଛନ୍ତି। ଜନୈକ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଆମକୁ ଯେଉଁ ସୂଚନା ମିଳିଥିଲା ସେହି ଆଧାରରେ ହୋଟେଲରେ ଜାଲ ବିଛାଇଥିଲୁ ଓ ମହିଳାଙ୍କ ଦ୍ୱାରା ଦେହ ବେପାର କରାଉଥିବା ଦଲାଲକୁ ଗିରଫ କରିଛୁ। ଗିରଫ ଦଲାଲକୁ ଶ୍ୟାମସୁନ୍ଦର ଆରୋରା ଭାବେ ଚିହ୍ନଟ କରାଯାଇଛି। ଏହି ସମୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ଷ୍ଟ୍ରଗଲ କରୁଥିବା ୪ ଅଭିନେତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ହିନ୍ଦୀ ଟେଲିଭିଜନ ସିରିୟଲରେ କାମ କରୁଥିବା ଜଣାପଡିଛି। 

ଉଦ୍ଧର ମହିଳାମାନଙ୍କ ବୟସ ୨୬ରୁ ୩୫ ବର୍ଷ ମଧ୍ୟରେ। ହୋଟେଲରେ ଚଢଉ କାଳରେ ପୋଲିସକୁ ଏହି ଅବୈଧ ଧନ୍ଦା ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ପୋଲିସ ୩ଟି ମୋବାଇଲ ଫୋନ ସହିତ ନଗଦ ୩ଲକ୍ଷ ଟଙ୍କା ଜବତ କରିଛି। ପଚରା ଉଚରାରେ ଶ୍ୟାମ ସୁନ୍ଦର ତାର ଦୋଷ ସ୍ୱୀକାର କରିଛି। ଏହି ରାକେଟରେ ଆଉ ଜଣେ ଥିବାର ଜଣାପଡିଛି। ପୋଲିସ ଏବେ ସମ୍ପୃକ୍ତ ବ୍ୟକ୍ତିର ସନ୍ଧାନ ଜାରି ରଖିଛି ପୋଲିସ ଏବେ ଏହି ନେଟୱାର୍କକୁ ସମ୍ପୂର୍ଣ୍ଣ ସମାପ୍ତ କରିବା ପାଇଁ ଅଣ୍ଟାଭିଡିଛି। 

ଶ୍ୟାମସୁନ୍ଦର ବିରୋଧରେ ବମ୍ବେ ନାରକୋଟିକ୍ସ ଡ୍ରଗସ୍ ଆଣ୍ଡ ସାଇକୋଟ୍ରପିକ ସବଷ୍ଟାନ୍ସ ଆକ୍ଟ ଧାରା ୧୪୩(୨), ୧୯୫୬ର ଧାରା ୪ ଓ ୫ରେ ମକଦ୍ଦମା ରୁଜୁ କରିଛି। ମୁମ୍ବାଇ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ସହରରେ ଲୁଚାଛପାରେ ଚାଲିଥିବା ସଙ୍ଗଠିତ ଅପରାଧ ଉପରୁ ପର୍ଦ୍ଦା ହଟାଇଛି। ପୋଲିସ ଏବେ ଏହି ରାକେଟରେ ଜଡିତ ଅନ୍ୟ ଲୋକଙ୍କ ନିକଟକୁ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି, ଯାହା ଦ୍ୱାରା ଆର୍ଥିକ ରାଜଧାନୀରେ ବ୍ୟାପୁଥିବା ଅପରାଧକୁ ଚେରରୁ ଉପାଡି ପାରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.