ହାଇଦ୍ରାବାଦ ୧୫।୩: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ଶନିବାର ହିନ୍ଦୀ ଥୋପାଯିବା ବିବାଦ ଉପରେ ନିଜର ମତ ସ୍ପଷ୍ଟ କରିଛନ୍ତି। କଲ୍ୟାଣ ତାମିଲନାଡୁରେ ଜାତୀୟ ଶିକ୍ଷା ନୀତି (ଏନଇପି)କୁ ନେଇ ଚାଲିଥିବା ବିବାଦରେ ଏନଡିଏ ମୁଖିଆ ବିଜେପିକୁ ସମର୍ଥନ କରିଛନ୍ତି। ଶୁକ୍ରବାର ପିଥମପୁରମରେ ଅନୁଷ୍ଠିତ ଜନସେନାର ଦ୍ୱାଦଶ ସ୍ଥାପନା ଦିବସ ବୈଠକରେ ପବନ କଲ୍ୟାଣ ହିନ୍ଦୀ ଭାଷାର ବିରୋଧ ଉପରେ ପ୍ରତିକ୍ରିୟା ଦେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଥିଲେ।
ତାଙ୍କ ଟିପ୍ପଣୀ ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସେ କହିଛନ୍ତି ଯେ ଯେଉଁ ଲୋକେ ହିନ୍ଦୀକୁ ବିରୋଧ କରୁଛନ୍ତି ସେମାନଙ୍କ ଫିଲ୍ମକୁ ହିନ୍ଦୀରେ ଡବ କାହିଁକି କରୁଛନ୍ତି?ସେ ଅପ୍ରତ୍ୟକ୍ଷ ରୂପେ ତାମିଲନାଡୁ ସରକାରଙ୍କ ସମାଲୋଚନା କରି କହିଥିଲେ ଯେ ସବୁ ଭାଷା ଆବଶ୍ୟକ। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବୟାନକୁ ତାମିଲନାଡୁର ରାଜନୈତିକ ପାର୍ଟିମାନେ ଏବେ ବିରୋଧ କରୁଛନ୍ତି। କାରଣ ପବନ କଲ୍ୟାଣ ଏନଇପିର ବାଧ୍ୟତାମୂଳକ ତ୍ରିଭାଷା ନୀତିରେ ବିଜେପିର ସମର୍ଥନ କରିଛନ୍ତି।
Either imposing a language forcibly or opposing a language blindly; both doesn’t help to achieve the objective of National &Cultural integration of our Bharat.
— Pawan Kalyan (@PawanKalyan) March 15, 2025
I had never opposed Hindi as a language. I only opposed making it compulsory. When the NEP 2020 itself does not…
ଏଥିରେ ପବନ କଲ୍ୟାଣ ଏବେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ‘ମୁଁ ହିନ୍ଦୀକୁ ଏକ ଭାଷା ରୂପେ କେବେବି ବିରୋଧ କରେନି, ତେବେ ଏହାକୁ ବାଧ୍ୟତାମୂଳକ କରାଯିବାକୁ ମୁଁ ବିରୋଧ କରେ’। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ କୌଣସି ଭାଷାକୁ ଜୋର ଜବରଦସ୍ତ କାହା ଉପରେ ଥୋପିବା ଅଥବା କୌଣସି ଭାଷାକୁ ଆଖିମୁଦି ବିରୋଧ କରିବା ଉଭୟ ଆମେ ଦେଶର ଜାତୀୟ ଓ ସାଂସ୍କୃତିକ ଐକ୍ୟ ଉଦ୍ଦେଶ୍ୟକୁ ପ୍ରାପ୍ତ କରିବାରେ ସହାୟତା କରେନି।
ସେ କହିଛନ୍ତି ଯେ ଏନଇପି-୨୦୨୦ନିଜେ ହିନ୍ଦୀକୁ ଲାଗୁ କରେ ନାହିଁ, ଏଣୁ ଯୋଜନା ଲାଗୁ କରିବାରେ ଭୁଲ ବୟାନବାଜୀ କରିବା ଜନତାଙ୍କୁ ଭ୍ରମିତ କରିବା ଛଡା ଆଉ କିଛି ନୁହେଁ। ସେ କହିଛନ୍ତି ଯେ ଏନଇପି-୨୦୨୦ ଅନୁସାରେ ଛାତ୍ରଛାତ୍ରୀଙ୍କୁ ଯେ କୌଣସି ଦୁଇଟି ଭାରତୀୟ ଭାଷା (ନିଜ ମାତୃଭାଷା ସହିତ) ଏକ ବିଦେଶୀ ଭାଷା ସହିତ ଶିଖିବାର ସୁବିଧା ଦେଉଛି। ଯଦି ସେମାନେ ହିନ୍ଦୀ ପଢିବାକୁ ଚାହୁଁ ନାହାନ୍ତି ତେବେ ତେଲଗୁ, ତାମିଲ, ମଲୟାଲମ, କନ୍ନଡ, ମରାଠୀ, ସଂସ୍କୃତ, ଗୁଜରାଟୀ, ଅସମିୟା, କାଶ୍ମୀର, ଓଡ଼ିଆ, ବଙ୍ଗଳା, ପଞ୍ଜାବୀ, ସିନ୍ଧି, ବୋଡୋ, ଡୋଗରୀ, କୋଙ୍କଣୀ, ମୈଥିଳୀ,ମୈତେୟୀ, ସାନ୍ତାଳୀ, ଊର୍ଦ୍ଦୁ ଅଥବା କୌଣସି ଅନ୍ୟ ଭାରତୀୟ ଭାଷାକୁ ବିକଳ୍ପ ବାଛି ପାରନ୍ତି।
ସେ କହିଛନ୍ତି ଯେ ବହୁଭାଷା ନୀତି ଛାତ୍ରଛାତ୍ରୀଙ୍କୁ ବିକଳ୍ପ ସହିତ ଶକ୍ତ କରିବା, ଜାତୀୟ ଏକତାକୁ ପ୍ରୋତ୍ସାହିତ କରିବା ଓ ଭାରତର ସମୃଦ୍ଧ ଭାଷା ବିବିଧତାକୁ ସଂରକ୍ଷିତ କରିବା ପାଇଁ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ପାଇଁ ଏହି ନୀତିର ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା କରିବା ଓ ଏହା ଦାବି କରିବା ପବନ କଲ୍ୟାଣ ନିଜ ମତ ବଦଳାଇ ଦେଲେ ଏହା ବୁଦ୍ଧିମତାର ଅଭାବକୁ ଦର୍ଶାଉଛି। ସେ କହିଛନ୍ତି ଯେ ଜନସେନା ପାର୍ଟି ସବୁ ଭାରତୀୟଙ୍କ ଲାଗି ଭାଷାଗତ ସ୍ୱାଧୀନତା ଓ ଶୈକ୍ଷିକ ବିକଳ୍ପ ସିଦ୍ଧାନ୍ତରେ ଦୃଢତାର ସହିତ ଛିଡା ହୋଇଛି।