ଆରଏସଏସ ମୋତେ ଜୀବନର ଉଦ୍ଦେଶ୍ୟ ଦେଇଛି: ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | March 16, 2025 IST

indiatoday

ନୂଆଦିଲ୍ଲୀ: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡ୍‌ମ୍ୟାନ୍‌ଙ୍କୁ ଦେଇଥିବା ସାକ୍ଷାତ୍‌କାରରେ ଆରଏସଏସ୍‌ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଭଳି ଏକ "ପବିତ୍ର" ସଂଗଠନରୁ ଜୀବନର ମୂଲ୍ୟବୋଧ ଶିଖି ନିଜକୁ ଧନ୍ୟ ମନେ କରୁଛନ୍ତି। ୧୯୨୫ ମସିହାରୁ ଦେଶ ପ୍ରତି ନିଜକୁ ଉତ୍ସର୍ଗ କରିବା ପାଇଁ ଲୋକଙ୍କୁ ପ୍ରେରଣା ଦେବା ପାଇଁ  ସଂଘ କାର୍ଯ୍ୟ କରୁଥିବାରୁ ମୁଁ ସଂଘକୁ ଖୁବ୍ ପ୍ରଶଂସା କରୁଛନ୍ତି।

ରବିବାର ପ୍ରକାଶିତ ଲେକ୍ସ ଫ୍ରିଡମ୍ୟାନଙ୍କ ସହିତ ଏକ ପଡକାଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆରଏସଏସ ତାଙ୍କୁ ତାଙ୍କ ଜୀବନର ଉଦ୍ଦେଶ୍ୟ ଦେଇଛି। ଏହାର ବିଭିନ୍ନ ସହଯୋଗୀ ସଂଗଠନଗୁଡ଼ିକ ଅନେକ କ୍ଷେତ୍ରରେ ଏବଂ ସମାଜର ପ୍ରତ୍ୟେକ ବର୍ଗ ସହିତ ଜଡିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ବିଜେପିରେ ଯୋଗଦେବା ପୂର୍ବରୁ ମୋଦୀ ପୂର୍ବତନ ଆରଏସଏସ 'ପ୍ରଚାରକ ଭାବେ କାମ କରୁଥିଲେ। ଯୁବାବସ୍ଥାରେ ହିନ୍ଦୁତ୍ୱର ଏହି ସଂଗଠନ ପ୍ରତି ସେ ଆକର୍ଷିତ ହୋଇଥିଲେ। କାରଣ ଗୁଜରାଟରେ ତାଙ୍କ ଘର ପାଖରେ ଏହାର 'ଶାଖା'ରେ ଗାନ କରାଯାଉଥିବା ଦେଶାତ୍ମବୋଧକ ଗୀତ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଆରଏସଏସର ଦର୍ଶନ ବିଷୟରେ କହିବାକୁ ଯାଇ ମୋଦୀ କହିଛନ୍ତି ଯେ ସଂଘର ଆଦର୍ଶ ହେଲା ତୁମେ ଯାହା ବି କର, ଦେଶ ପାଇଁ କର। ମୁଁ ଆରଏସଏସ ଭଳି ଏକ ବଡ଼ ସ୍ୱେଚ୍ଛାସେବୀ ସଂଗଠନ କେଉଁଠି ଅଛି ସେ ବିଷୟରେ ଶୁଣି ନାହିଁ ବୋଲି ମୋଦୀ କହିଛନ୍ତି।

ପଢନ୍ତୁ- ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ୍‌କାର ନେବା ପୂର୍ବରୁ ଦୁଇ ଦିନ ଓପବାସ କଲେ ଆମେରିକୀୟ ପଡକାଷ୍ଟର

ଆରଏସସର ଶିକ୍ଷା ବିଷୟରେ କହି ମୋଦୀ କହିଛନ୍ତି ଯେ ସଂଘ ଦେଶ ସର୍ବୋପରି ବୋଲି ଶିଖାଏ। ଲୋକଙ୍କ ସେବା କରିବା ଈଶ୍ୱରଙ୍କ ସେବା କରିବା ପରି ସଂଘ ବିଚାର କରେ। ଏପରି ଏକ ପବିତ୍ର ସଂଗଠନରୁ ମୂଲ୍ୟବୋଧ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ମୋଦୀ ଆହୁରି କହିଛନ୍ତି ଯେ ହିନ୍ଦୁତ୍ୱ ସଂଗଠନ, ଏହାର ୧୦୦ ବର୍ଷର ଯାତ୍ରାରେ ଜଣେ ସାଧକର ସମର୍ପଣ ସହିତ, ବିଭ୍ରାନ୍ତିରୁ ଦୂରରେ ରହି, ନିଜ ଉଦ୍ଦେଶ୍ୟ ପ୍ରତି ନିଜକୁ ଉତ୍ସର୍ଗ କରିଛି। ଏଥିସହିତ ଭାରତୀ, ବନବାସୀ କଲ୍ୟାଣ ଆଶ୍ରମ ଏବଂ ଭାରତୀୟ ମଜଦୁର ସଂଘ ଭଳି ସଂଗଠନ ଦ୍ୱାରା କରାଯାଇଥିବା ବ୍ୟାପକ କାର୍ଯ୍ୟର ଉଦାହରଣ ଦେଇ ମୋଦୀ କହିଥିଲେ ଯେ ଏହା ଲୋକମାନଙ୍କୁ ସମାଜ ପାଇଁ କାମ କରିବାକୁ ପ୍ରେରଣା ଦେଇଥାଏ। ଆରଏସଏସର ଆଉ ଏକ ସହଯୋଗୀ ଶାଖା ବିଦ୍ୟା ଭାରତୀ ପ୍ରାୟ ୨୫,୦୦୦ ସ୍କୁଲ ପରିଚାଳନା କରୁଛି ଏବଂ କୋଟି କୋଟି ଛାତ୍ରଛାତ୍ରୀ ସୁଲଭ ମୂଲ୍ୟରେ ଶିକ୍ଷା ପାଉଛନ୍ତି। ବୋଲି ମୋଦୀ କହିଛନ୍ତି। ବାମପନ୍ଥୀ ୟୁନିଅନଗୁଡ଼ିକ ଶ୍ରମିକମାନଙ୍କୁ ଏକତ୍ରିତ ହୋଇ ଅନ୍ୟମାନଙ୍କ ସହିତ କାର୍ଯ୍ୟ କରିପାରିବାକୁ କହୁଥିବା ବେଳେ ଆରଏସଏସ-ପ୍ରେରିତ ଶ୍ରମିକ ୟୁନିଅନ ଏହାର କର୍ମୀମାନଙ୍କୁ ବିଶ୍ୱକୁ ଏକତ୍ରିତ କରିବାକୁ କୁଏ। ଏହା ଏକ ବଡ଼ ବିଚାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ପଢନ୍ତୁ- ଚୀନ ସହ ସମ୍ପର୍କ ସୁଧାରିବା ନେଇ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ବୟାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.