ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ୍‌କାର ନେବା ପୂର୍ବରୁ ଦୁଇ ଦିନ ଉପବାସ କଲେ ଆମେରିକୀୟ ପଡକାଷ୍ଟର

Published By : Prameya-News7 Bureau | March 16, 2025 IST

Lex Fridman youtube

ନୂଆଦିଲ୍ଲୀ: ଆମେରିକୀୟ ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସାକ୍ଷାତ୍‌କାର ନେଇଛନ୍ତି। ହେଲେ ସାକ୍ଷାତ୍‌କାର ନେବା ପୂର୍ବରୁ ତାଙ୍କୁ ଦୁଇ ଦିନ ଉପବାସ କରିବାକୁ ପଡ଼ିଥିଲା। ପ୍ରଶ୍ନ କରିବାକୁ ଉଚିତ ମାନସିକତା ପାଇଁ ସେ  ୪୮ ଘଣ୍ଟା କେବଳ ପାଣି ରହିଥିଲେ ବୋଲି କହିଛନ୍ତି। ଏକଥା ଜାଣିବା ପରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। 

ଫ୍ରିଡମ୍ୟାନ୍ କହିଛନ୍ତି “ଆମ ଆଲୋଚନାକୁ ସମ୍ମାନ ଦେବା ପାଇଁ ସଠିକ ମାନସିକତାରେ ଆଧ୍ୟାତ୍ମିକ ସ୍ତରରେ ପହଞ୍ଚିବାକୁ ମୁଁ ଉପବାସ କରିଛି ବୋଲି କହିପାରିବି। କାରଣ ପାଖାପାଖି ୨ ଦିନ ୪୫ ଘଣ୍ଟା ହୋଇଗଲାଣି ମୁଁ କୌଣସି ଖାଦ୍ୟ ନଖାଇ ପାଣି ପିଇ ପ୍ରସ୍ତୁତି କରୁଛି।”

ଫ୍ରିଡ୍‌ମ୍ୟାନ୍‌ଙ୍କର କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ “ପ୍ରଥମ କଥା ହେଲା ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆପଣ ଉପବାସ କଲେ। ତାହା ପୁଣି ମୋ ସମ୍ମାନରେ। ଏଥିପାଇଁ ମୁଁ କୃତଜ୍ଞତା ଜ୍ଞାପନ କରୁଛି।”

ପଢନ୍ତୁ- ଚୀନ ସହ ସମ୍ପର୍କ ସୁଧାରିବା ନେଇ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ବୟାନ

ଫ୍ରିଡମ୍ୟାନ୍ ମୋଦୀଙ୍କୁ ପଚାରିଥିଲେ ଯେ ଉପବାସ ସମୟରେ ଆପଣଙ୍କ ମନ କେଉଁଆଡ଼େ ଗତି କରେ। ଉତ୍ତରରେ ମୋଦୀ ଉପବାସ କେତେ ପୁରୁଣା ପରମ୍ପରା ଓ ଏହା କିଭଳ ତାଙ୍କ ଜୀବନକୁ ବଦଳେଇ ଦେଲା ସେ କଥା କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ “ଆପଣଙ୍କର ଇନ୍ଦ୍ରୀୟ ପ୍ରଖର ହୋଇଯିବ। ଅତ୍ୟନ୍ତ ସଚେତନ ଏବଂ ସମ୍ପୂର୍ଣ୍ଣ ସ୍ଥିର ହୋଇଯିବ। ତୁମର ପର୍ଯ୍ୟବେକ୍ଷଣ ଏବଂ ଅନୁଭବ କରିବାର କ୍ଷମତା ଅଧିକ ଶକ୍ତିଶାଳୀ ହୋଇଯାଏ।”  

ଉପବାସ ପଛରେ ଥିବା ଆଧ୍ୟାତ୍ମିକ ଦର୍ଶନକୁ ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଧାର୍ମିକ ପରମ୍ପରା ପ୍ରକୃତରେ ଜୀବନଶୈଳୀ। ଆମ ଶାସ୍ତ୍ରଗୁଡ଼ିକରେ ମନ, ଆତ୍ମା ଏବଂ ଶରୀର, ବୁଦ୍ଧି ଏବଂ ମାନବିକତାକୁ ଉନ୍ନତ କରିବା ବିଷୟରେ ଗଭୀର ଆଲୋଚନା ହୋଇଛି। ଏଥିପାଇଁ ବିଭିନ୍ନ ପରମ୍ପରା ପ୍ରଣାଳୀ କୁହାଯାଇଛି। ଯେଉଁଥିରେ ଉପବାସ ଗୋଟିଏ। ସେହିପରି ସୁପ୍ରିମକୋର୍ଟଙ୍କ ଏକ ରାୟୁକ ଉଲ୍ଲେଖ କରି ମୋଦୀ କହିଛନ୍ତି ଯେ ଆମ ସୁପ୍ରିମକୋର୍ଟ ହିନ୍ଦୁ ଧର୍ମକୁ ନେଇ ଏକ ବଡ଼ କଥା କହିଛନ୍ତି। ହିନ୍ଦୁ ଦର୍ମ କେବଳ ରିତୀନିତି ଏବଂ ପୂଜା ପଦ୍ଧତି ନୁହେଁ, ଏହା ଜୀବନ ଜିଇଁବାର ଏକ ଶୈଳୀ। ସରଳ ଭାଷାରେ କହିବାକୁ ଗଲେ ନିଜ ଭିତର ଏବଂ ବାହ୍ୟ ସ୍ୱଭାବକୁ ସନ୍ତୁଳନ କରିବାରେ ଉପବାସ ଏକ ଶକ୍ତିଶାଳୀ ଉପକରଣ। ଏହା ଜୀବନକୁ ଗଭୀର ଭାବରେ ଆକାର ଦିଏ ବୋଲି ମୋଦୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.