ବାରଙ୍ଗ ୧୫।୦୩ : ପୂର୍ବ ବିବାଦକୁ ନେଇ ଗଣ୍ଡଗୋଳ । କଟକ ସଦର ଥାନା ଉତମାପୁର ଗାଁରେ ଶୁଭେନ୍ଦୁ ପଟ୍ଟନାୟକଙ୍କ ଘରେ ଠାକୁର ଦୋଳ ଭୋଗ ଖାଉଥିବା ବେଳେ ଗୋଷ୍ଠୀ ସଂଘର୍ଷ । ଯେଉଁଥିରେ ଉତମାପୁର ଗାଁର ୭ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ସୁଭଦ୍ରାପୁର ଗାଁର ୫ ଜଣଙ୍କୁ ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।
ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଉତମାପୁର ଗାଁର ଶୁଭେନ୍ଦ ପଟ୍ଟନାୟକଙ୍କ ଘରେ ଠାକୁର ଦୋଳ ଭୋଗ ଖାଇବାକୁ ଆସିଥିଲେ । ଏହି ସମୟରେ ସୁଭଦ୍ରାପୁର ଗାଁର ୩୦ରୁ ଅଧିକ ଲୋକ ଆସି ପୂର୍ବବିବାଦକୁ ନେଇ ଶୁଭେନ୍ଦୁଙ୍କ ସହ ଯୁକ୍ତିତର୍କ କରିଥିଲେ । ଦେଖୁ ଦେଖୁ ବିବାଦ ବଢିଥିଲା , ଆଉ ଉଭୟଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲା । ଯେଉଁଥିରେ ଉତମାପୁର ଗାଁର ସାତ ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଗଣ୍ଡଗୋଳ ସଂପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ । ହେଲେ ସୁଭଦ୍ରାପୁର ଗାଁର ୫ ଜଣଙ୍କୁ ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।