ମଇରେ ଜିଏସଟି ସଂଗ୍ରହ ୧.୫୭ ଲକ୍ଷ କୋଟି ଟଙ୍କା, ବାର୍ଷିକ ଆଧାରରେ ୧୨ ପ୍ରତିଶତ ବୃଦ୍ଧି

Published By : Prameya-News7 Bureau | June 01, 2023 IST

ନୂଆଦିଲ୍ଲୀ: ମାର୍ଚ୍ଚରେ ଜିଏସଟି ସଂଗ୍ରହ ବାର୍ଷିକ ତୁଳନାରେ ୧୨ ପ୍ରତିଶତ ବଢିଛି । ୨୦୨୩ ମାର୍ଚ୍ଚରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ସଂଗ୍ରହ ୧,୫୭,୦୯୦ କୋଟି ଟଙ୍କା ହୋଇଛି । ଏଥିରେ ସିଜିଏସଟି ସଂଗ୍ରହ ୨୮,୪୧୧ କୋଟି ଟଙ୍କା, ଏସଜିଏସଟି ଆଦାୟ ୩୫,୮୨୮ କୋଟି ଟଙ୍କା ଏବଂ ଆଇଜିଏସଟି ୮୧,୩୬୩ କୋଟି ଟଙ୍କା ସଂଗ୍ରହ ହୋଇଛି । ମଇରେ କେନ୍ଦ୍ର ସରକାର ଇଣ୍ଟିଗ୍ରେଟେଡ ଜିଏସଟିରୁ ସେଣ୍ଟ୍ରାଲ ଜିଏସଟିରେ ୩୫,୩୬୯ କୋଟି ଟଙ୍କା ଏବଂ ରାଜ୍ୟ ଜିଏସଟିରେ ୨୯,୭୬୯ କୋଟି ଟଙ୍କା ସେଟଲମେଣ୍ଟ କରିଥିଲେ ।

ଜିଏସଟି ଲାଗୁ ପରଠାରୁ ପଞ୍ଚମ ଥର ପାଇଁ ମଇ ମାସରେ କର ସଂଗ୍ରହ ୧.୫୭ ଲକ୍ଷ କୋଟି ଟଙ୍କା ପାର କରିଛି । ତେବେ ଏହି ରାଶି ଏପ୍ରିଲରେ ସଂଗ୍ରହ ହୋଇଥିବା ଜିଏସଟିଠାରୁ କମ କରିଛି । ଏପ୍ରିଲରେ ବାର୍ଷିକ ଆଧାର ତୁଳନାରେ ୧୨ ପ୍ରତିଶତ ବଢି ୧.୮୭ ଲକ୍ଷ କୋଟି ଟଙ୍କା ହୋଇଥିଲା । ଯାହା କୌଣସି ଗୋଟିଏ ମାସରେ ଜିଏସଟି ସଂଗ୍ରହର ସର୍ବକାଳୀନ ରେକର୍ଡ ଅଟେ ।

wp:html /wp:html

ଅନ୍ୟ ମଇରେ ସରକାର ତଗାତାର ୧୪ ମାସରେ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମାସିକ ଜିଏସଟି ସଂଗ୍ରହ କରିଛନ୍ତି । ଆର୍ଥିକ ବର୍ଷ ୨୦୨୨-୨୩ରେ ମୋଟ ଜିଏସଟି ସଂଗ୍ରହ ୧୮.୧୦ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ ଥିଲା ।

wp:heading

READ ALSO:ମୋଦୀ କ୍ୟାବିନେଟ୍‌ରେ ଅନ୍ନ ସଂରକ୍ଷଣ ଯୋଜନାକୁ ମଞ୍ଜୁରୀ, ପ୍ରତି ବ୍ଲକରେ ତିଆରି ହେବ ଗୋଦାମ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.