ପୁରୀ ୧୪।୧୨: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ତେବେ ଏହି ଲୋକାର୍ପଣ ଉତ୍ସବରେ କେଉଁ କେଉଁ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ତାଲିକା ପ୍ରସ୍ତୁତ କରିଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ସାଂସ୍କୃତିକ କମିଟି ବୈଠକରେ ଏହି ତାଲିକା ପ୍ରସ୍ତୁତ ହୋଇଛି। ସାରା ଭାରତରେ ଥିବା ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, ଜ୍ୟୋତିର୍ଲିଙ୍ଗ, ସାଧୁସନ୍ଥ ଏବଂ ଅନ୍ୟାନ୍ୟ ଧାମର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହି ଲୋକାର୍ପଣ ଉତ୍ସବରେ ନିମନ୍ତ୍ରିତ କରାଯିବ। ଏଥିପାଇଁ ବିଭିନ୍ନ ନିଯୋଗର ସଦସ୍ୟ ମାନେ ଏକ ତାଲିକା ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। ଖୁବଶୀଘ୍ର ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଇ ସେବାୟତ ପ୍ରତିନିଧିମାନେ ସମସ୍ତ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଯିବେ ବୋଲି ସୂଚନା ମିଳିଛି। ତେବେ ନିମନ୍ତ୍ରଣ ପାଇଁ ଯାହା ଯାହା ଆବଶ୍ୟକ ତାହା ମଧ୍ୟ ପ୍ରସ୍ତୁତ କରାଯାଇଛି। ନିମନ୍ତ୍ରିତ ଅତିଥି ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି।
You Can Read :
wp:embed {"url":"https://www.prameyanews7.com/puri-jagannath-temple-pahili-bhoga-ritual-begins-from-16th-december/","type":"wp-embed","providerNameSlug":"prameya-news-7"} /wp:embed