ଅହମଦାବାଦ: ଗୁଜରାଟରେ ଭୟଙ୍କର ଦୁର୍ଘଟଣା । ଡାଙ୍ଗ୍ରେ ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍ । ପ୍ରାୟ ୩୫ ଫୁଟ୍ ତଳକୁ ଖସିପଡ଼ିଛି ଘରୋଇ ବସ୍ । ଏହି ଭୟଙ୍କର ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁଯାୟୀ, ଘରୋଇ ବସ୍ ତୀର୍ଥଯାତ୍ରୀଙ୍କୁ ଧରି ମହାରାଷ୍ଟ୍ରର ତ୍ରୟମ୍ବକେଶ୍ବରରୁ ଗୁଜରାଟର ଦ୍ବାରିକା ଯାଉଥିଲା । ରବିବାର ସକାଳୁ ଗୁଜୁରାଟର ଡାଙ୍ଗ୍ ନିକଟରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୋର ପ୍ରାୟ ୪.୧୫ ମିନିଟରେ ସାପୁତରା ହିଲ୍ ଷ୍ଟେସନ ନିକଟରେ ନିୟନ୍ତ୍ରଣ ହରାଇ ବସ୍ ୩୫ ଫୁଟ୍ ତଳକୁ ଖସିପଡ଼ିଛି । ଏହି ପ୍ରାୟ ୪୮ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ବର୍ତ୍ତମାନର ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।