ଗୁଜରାଟରେ ଭୟଙ୍କର ସଡ଼କ ଦୁର୍ଘଟଣା; ଓଲଟିଲା ତୀର୍ଥଯାତ୍ରୀ ବସ୍‌, ୪ମୃତ

Published By : Prameya-News7 Bureau | October 07, 2024 IST

ମୁମ୍ଵାଇ ୦୭।୧୦: ଗୁଜରାଟର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିଛି । ଯାହାଫଳରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁଜରାଟର ଦାନ୍ତା ନିକଟସ୍ତ ତ୍ରିଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ନବରାତ୍ରୀ ଅବସରରେ  ପ୍ରସିଦ୍ଧ ଅମ୍ବାଜୀ ମନ୍ଦିର ପରିଦର୍ଶନ କରିବା ପରେ ଘରକୁ ଫେରୁଥିଲେ। ଏହି ସମୟରେ ଭକ୍ତଙ୍କ ଭର୍ତ୍ତି ଏକ ବସ୍ ନିୟନ୍ତ୍ରଣ ହରାଇ ତ୍ରିଶୁଲିଆ ଘାଟ ନିକଟରେ ଓଲଟି ପଡିଥିଲା। 

ସୂଚନା ଅନୁସାରେ, ବସ୍‌ଟି ଯାତ୍ରୀଙ୍କୁ ନେଇ ଅମ୍ବାଜୀ ମନ୍ଦିର ଅଭିମୁଖେ ଯାଉଥିଲା। ଏମାନେ ସମସ୍ତେ ଅମ୍ବାଜୀ ମନ୍ଦିର ପରିଦର୍ଶନ ପାଇଁ ଯାଉଥିଲେ। ମାତ୍ର ଦାନ୍ତା ନିକଟରେ ବସଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଦାନ୍ତା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ଭକ୍ତମାନଙ୍କୁ ସିଭିଲରୁ ଅନ୍ୟ ଡାକ୍ତରଖାନାକୁ ପଠାଯାଇଛି। 

ଦୁର୍ଘଟଣାସ୍ଥଳରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ତେବେ ବ୍ରେକ୍ ଫେଲ୍ ହେବା କାରଣରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ସେପଟେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.