କ୍ୟାଟ୍ରିନାଙ୍କ ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ପଡିଲେ ଫ୍ୟାନ୍ସ, କହିଲେ- କ୍ୟାଟ୍ ଠିକ ଅଛନ୍ତି ତ ?

Published By : Prameya-News7 Bureau | October 07, 2024 IST

ମୁମ୍ଵାଇ ୦୭।୧୦: ବଲିଉଡ୍‌ର ବାର୍ବିଡଲ୍‌ କ୍ୟାଟ୍ରିନା କୈଫ । ସେ ଜଣେ ଅଭିନେତ୍ରୀ ନୁହଁନ୍ତି, ବରଂ ଏକ ଷ୍ଟାଇଲ୍ ଆଇକନ୍ ଭାବରେ ପରିଚିତ। ଯିଏ ଫ୍ୟାଶନ୍ ପ୍ରସଙ୍ଗରେ କେବେ ବି ପଛାନ୍ତି ନାହିଁ। ନିକଟରେ ଅଭିନେତ୍ରୀ ଏକ ନବରାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁଥିରେ ତାଙ୍କୁ ଏକ ଟ୍ରାଡିସନାଲ ଗେଟ୍‌ଅପ୍‌ରେ ନଜର ଆସିଥିଲେ। ଏହାରି ମଧ୍ୟରେ ତାଙ୍କ ହାତରେ ଏକ କଳା ପ୍ୟାଚ୍ ଦେଖିବାକୁ ମିଳିଥିଲା। ଯେଉଁ କାରଣରୁ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି। ଏହା ଦେଖି ଲୋକମାନେ ପଚାରିଲେ, “ତାଙ୍କର ମଧୁମେହ ଅଛି କି?”

ନବରାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁମ୍ବାଇର କାଲିନା ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା। ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁ ଶାଢୀରେ ନଜର ଆସିଥିଲେ। ଅଭିନେତ୍ରୀ ତରୁଣ ତାହିଲିଆନିଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ପିଚ୍‌ ରଙ୍ଗର ଶାଢୀ ପିନ୍ଧି ଲାଇମ୍‌ ଲାଇଟ୍‌କୁ ହାସଲ କରିଥିଲେ। ବର୍ତ୍ତମାନ  କ୍ୟାଟ୍ରିନାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ପଟେ ପ୍ରଶଂସକମାନେ କ୍ୟାଟ୍ରିନାଙ୍କ ଫ୍ୟାଶନ ସେନନ୍ସକୁ ପ୍ରଶଂସା କରୁଥିବା ବେଳେ ତାଙ୍କ ବାହୁରେ ଏକ କଳା ପ୍ୟାଚ୍ ଦେଖିଥିଲେ। ଯାହାକୁ ଦେଖି ଲୋକମାନେ ତାଙ୍କ ବିଷୟରେ ନାନା କଳ୍ପନା ଜଲ୍ପନା ଆରମ୍ଭ କରିଥିଲେ ।

ଭିଡିଓରେ, କ୍ୟାଟ୍ରିନାଙ୍କ ଡାହାଣ ହାତର ଉପର ଭାଗରେ ଏକ କଳା ପ୍ୟାଚ୍ ଦେଖାଯାଇଥିଲା। ଯେଉଁ କାରଣରୁ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ । ଜଣେ ଲେଖିଛନ୍ତି - କ୍ୟାଟ୍ରିନା ଠିକ ଅଛ କି? ଅନ୍ୟ ଜଣେ ଲେଖିଛନ୍ତି - ଏହା ଏକ ମେଡିକାଲ୍ ପ୍ୟାଚ୍ ପରି ଦେଖାଯାଉଛି । ଆଉ ଜଣେ ପଚାରିଥିଲେ - କ୍ୟାଟ୍ରିନାଙ୍କର ମଧୁମେହ ଅଛି କି?

ମଧୁମେହ ପ୍ୟାଚ୍ କ’ଣ?

ବର୍ତ୍ତମାନ ଏହି କଳା ପ୍ୟାଚ୍ କ’ଣ ? କ୍ୟାଟ୍ରିନା ଏହାକୁ କାହିଁକି ଲଗାଇଛନ୍ତି ତାହା ଜଣା ପଡିନାହିଁ।  କିନ୍ତୁ ୟୁଜର୍ସମାନେ କହିଛନ୍ତି ଏହା ଏକ ଡାଇବେଟିସ୍ ପ୍ୟାଚ।  ଯାହା ରକ୍ତରେ ଚିନି ସ୍ତର ଯାଞ୍ଚ କରିବା ପାଇଁ ପ୍ରୟୋଗ କରାଯାଏ । ତେବେ କିଛି ପ୍ରଶଂସକ କହିଛନ୍ତି ଯେ ଏହି ପ୍ୟାଚ୍ 'ଅଲ୍ଟ୍ରାହ୍ୟୁମାନ୍' ପରି ଏକ ଫିଟନେସ୍ ଟ୍ରାକର୍ ମଧ୍ୟ ହୋଇପାରେ। ଯାହା ରକ୍ତରେ ଶର୍କରା ସହିତ ହୃଦସ୍ପନ୍ଦନ ଏବଂ ଶୋଇବା ଅବସ୍ଥା ଉପରେ ନଜର ରଖିଥାଏ । ଏ ବିଷୟରେ କିଛି କନଫର୍ମ ହୋଇ କୁହାଯାଇପାରି ନାହିଁ । ପ୍ରଶଂସକମାନେ ଆଶା କରୁଛନ୍ତି ଯେ କ୍ୟାଟ୍ରିନା ସମ୍ପୂର୍ଣ୍ଣ ଭଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.