ହଇଜା ସ୍ଥିତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ, ୩ଟି ଦିଗକୁ ନେଇ ନିଆଯାଇଛି ପଦକ୍ଷେପ

Published By : Prameya-News7 Bureau | June 17, 2025 IST

ବଲାଙ୍ଗିର ୧୭।୬: ରାଜ୍ୟରେ ହଇଜା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, ହଇଜା ସ୍ଥିତିକୁ ନେଇ ମୁଁ ନିଜେ ସମୀକ୍ଷା କରୁଛି । ଘଟଣାସ୍ଥଳକୁ ଯାଇ ସେଠାରେ ଯାଞ୍ଚ କରାଯାଉଛି । ସ୍ଵାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଅଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ୩ଟି ଦିଗକୁ ନେଇ ପଦକ୍ଷେପ ନିଆଯାଇଛି । ପ୍ରଥମେ ସଚେତନ କରାଯିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟସ୍ତରୀୟ ଷ୍ଟପ୍ ଡାଇରିଆ କାର୍ଯ୍ୟକ୍ରମକୁ ନେଇ ସଚେତନତା ରଥ ଆରମ୍ଭ କହିଛୁ । ଭୁବନ ଠାରୁ ଆରମ୍ଭ ହୋଇଛି । ଡାଇରିଆ ଲକ୍ଷଣକୁ ନେଇ ଫ୍ୟାମିଲିକୁ ନେଇ ଯାଞ୍ଚ କରାଯାଉଛି । ଅନ୍ୟ କୌଣସି ଲକ୍ଷଣ ଥାଇ ଡାଇରିଆ ବୋଲାଉଥିଲେ ତାହା ଯାଞ୍ଚ କରାଯିବ । ଏହାସହ ପିଇବା ପାଣି ଉପରେ ଗୁରୁତ୍ୱ ଦିଆଯାଉଛି । ସବୁ କରଯାଉଛି ଏବେ ସ୍ଥିତି ନିୟନ୍ତ୍ରଣ ରହିଛି । ଗୋଟିଏ ବର୍ଷରେ ଡାକ୍ତର ପଦବୀ ପୂରଣ ହୋଇଛି । ୫୬୦୦ ଡାକ୍ତର ପଦବୀ ପୂରଣ ହେବ । ସବୁ ଦିଗକୁ ଧ୍ୟାନ ଦେଇ ନଜର ରଖାଯାଉଛି । ଝାଡାବାନ୍ତି, ହାଇଜା ନିୟନ୍ତ୍ରଣରେ ରହିଛି । ବାହାରୁ ଟିମ୍ ମଧ୍ୟ ଆସିଛନ୍ତି । ପାଣିକୁ ନେଇ ମଧ୍ୟ ଯାଞ୍ଚ କରୁଛନ୍ତି । କମ୍ ଗାତ ଖୋଳି ନଳକୂପ ଖୋଲିବା ଭଳି ପରସ୍ଥିତିରେ ପାଣି ଖରାପ ହେଉଛି । ତାହାର ମଧ୍ୟ ଯାଞ୍ଚ କରଯାଉଛି । ଏହାସହ ପୂର୍ବ ସରକାର କରିଥିବା ପାଇପ୍‌ ଲାଇନ୍ ପ୍ରୋଜେକ୍ଟ ଠିକ୍‌ରେ ହୋଇ ନଥିବା ସହ ପାଣି ମାନ ଠିକ୍ ନାହିଁ ଯାହାକୁ ଏହି ସରକାର ପୁରା କରିବେ । 

You Can Read:

ଅପମିଶ୍ରିତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ଅଭିଯୋଗ, ଦୋକାନ ସିଲ୍ କଲା ଅବକାରୀ ବିଭାଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.