ଭୁବନେଶ୍ବର ୧୩।୪: ରାଜ୍ୟରେ ୧୪ରୁ ବଢ଼ିବ ତାତି । ପରବର୍ତ୍ତୀ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ । ତାତିରେ ସିଝିବ ପୁରା ଓଡିଶା । ୧୬ ତାରିଖରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ । ଏପ୍ରିଲ ୧୭ ରୁ ୨୦ ଯାଏଁ ହେବ ସାଙ୍ଘାତିକ ସ୍ଥିତି । ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଦିନ ତାପମାତ୍ରା ୪-୬ ଡିଗ୍ରୀ ଯାଏଁ ବଢିବ ପାରଦ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବ । ସୃଷ୍ଟି ହେବ ଅସହ୍ୟ ପାଣିପାଗ ସ୍ଥିତି । ଏହି ତାତି ଶରୀର ପାଇଁ ଘାତକ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ସେହିପରି ଆସନ୍ତାକାଲି ଠାରୁ ରାଜ୍ୟରେ ତାତି ବଢିବ । ଆସନ୍ତା ୨୪ ଘଣ୍ଟାରେ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୪ ତାରିଖରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୨ଟି ଜିଲ୍ଲା ଜଗତସିଂହପୁର ଓ ଗଞ୍ଜାମକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ସେହିପରି ୧୫ ତାରିଖ ଓ ୧୬ ତାରିଖରେ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ୧୩ ଜିଲ୍ଲା ଯେପରିକି ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଯାଜପୁର, ନୟାଗଡ, ବୌଦ୍ଧ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଦିନ ସହ ରାତି ତାପମାତ୍ରା କରିବ ଅସ୍ତବ୍ୟସ୍ତ ।
ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ରାଜ୍ୟରେ ଦେଖାଦେବ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୬ ଦିନ ଦେଖାଦେବ ଟାଣ ଖରାର ପ୍ରକୋପ । ମୁଣ୍ଡଫଟା ତାତି କରିବ କଲବଲ । ଆଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ହେବ ତାତି । ଉପକୂଳ ବି ତାତିରେ ସିଝିବ । ରବିବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବ । ୧୫ରୁ ଅଧିକ ବଢ଼ିବ ତାପମାତ୍ରା । ୧୭ ରୁ ୧୯ ଭିତରେ ୪୩ ଡିଗ୍ରୀ ଛୁଇଁ ପାରେ ତାତି । ଦିନ ତାପମାତ୍ରା ୫-୬ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ତେବେ ବଙ୍ଗୋପସାଗରରୁ ରାଜ୍ୟକୁ ଦକ୍ଷିଣା ପବନ ବୋହୁଥିଲା । ସୃଷ୍ଟି ହୋଇଥିବା ଗୁରୁଚାପ ଯୋଗୁଁ ରାଜ୍ୟକୁ ପଶ୍ଚିମା ପବନ ଆସିପାରୁ ନଥିଲା । ଏହି ଗୁରୁଚାପ ୧୫ରୁ ଦକ୍ଷିଣ ବଙ୍ଗୋପସାଗର ମୁହାଁଇବା । ରାଜ୍ୟକୁ ଉତ୍ତର ପଶ୍ଚିମ ଶୁଷ୍କ ପବନ ବହିବା ଯୋଗୁଁ ତାପମାତ୍ରା ବଢିଯିବ ।
ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ । କିଛି ଦିନର କାଳବୈଶାଖୀ ବର୍ଷା ପରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ । ଗତ ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ଗୋଟେ ଦୁଇଟି ହାଲୁକା ବର୍ଷା ହୋଇଛି । ବୌଦ୍ଧର ବୁଦ୍ଧଗଡ଼ରେ ୩.୦ ମିମି ସର୍ବାଧିକ ବର୍ଷା ଓ ପାରଳାଖେମୁଣ୍ଡି ୩୭.୮ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।
You Can Read :
କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର ! ଝିଅର ଚିକିତ୍ସା ପାଇଁ ଆସିଥିଲେ