ଅବପାତର ରୂପ ନେଇପାରେ ଲଘୁଚାପ, ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ

Published By : Prameya-News7 Bureau | September 14, 2024 IST

ଭୁବନେଶ୍ୱର ୧୪।୦୯: ଉତ୍ତର ଓଡ଼ିଶାରେ ଶନିବାର ପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ  ଜିଲ୍ଲାରେ ଅତି ଭୀଷଣ ବର୍ଷା  ଆଶଙ୍କା ଅଛି। ଜିଲ୍ଲାର ବିଭିନ୍ନ  ସ୍ଥାନରେ ୭୦ରୁ ୨୦୦ ମିମି ଯାଏ  ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ,  କଲେଜ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । 

ଉତ୍ତର ପୂର୍ବ ବଙ୍ଗୋପସାଗର  ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବାଂଲାଦେଶ  ଉପକୂଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ଏହା ପଶ୍ଚିମ   ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଶନିବାର ସୁଦ୍ଧା ଏହା  ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ  ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ଅବପାତରେ ପରିଣତ ହୋଇପାରେ ।  ଏହା ପ୍ରଭାବରେ ଉତ୍ତର ଓଡ଼ିଶା  ସହିତ ଉପକୂଳ ଓଡ଼ିଶାରେ  ପ୍ରବଳ ବର୍ଷା ସମ୍ଭାବନା ଅଛି । 

କେନ୍ଦୁଝର, ବାଲେଶ୍ୱର ଓ  ଭଦ୍ରକରେ ବିଭିନ୍ନ ସ୍ଥାନରେ ୭୦ରୁ  ୨୦୦ମିମି ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର,  ଯାଜପୁର, ସୁନ୍ଦରଗଡ଼, ଦେବଗଡ଼,  ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ  ବର୍ଷା ସମ୍ଭାବନା ଅଛି । ମାଲକାନଗିରି,  କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,  ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର,  ବରଗଡ଼ ଓ ଝାରସୁଗୁଡ଼ାରେ ମଧ୍ୟ  ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।  ୧୫ ତାରିଖରେ ମୟୂରଭଞ୍ଜ,  କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା,  ସମ୍ବଲପୁର ଓ ଦେବଗଡ଼ରେ   ପ୍ରବଳ ବର୍ଷା ସମ୍ଭାବନା ଅଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.