୨୪ ତାରିଖ ସୁଦ୍ଧା ପୁରା ଓଡିଶା ଛୁଇଁବ ମୌସୁମୀ, ବୁଧବାର ପ୍ରବଳ ବର୍ଷା ନେଇ ଆଲର୍ଟ

Published By : Prameya-News7 Bureau | June 19, 2024 IST

ଭୁବନେଶ୍ୱର ୧୯।୦୬ : ବୁଧବାର ରାଜ୍ୟର ଅନେକ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହେବ । ଦକ୍ଷିଣ ଓଡିଶା ଏବଂ ଉପକୂଳ ଓଡିଶାର ବହୁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୦ ତାରିଖ ସୁଦ୍ଧା ଅଧା ଓଡିଶା ଛୁଇଁବ ମୌସୁମୀ । ୨୪ ତାରିଖ ସୁଦ୍ଧା ପୁରା ଓଡିଶା ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।  

ସେହିପରି ବୁଧବାର ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ନିର୍ଧୁମ ବର୍ଷିଛି । ପ୍ରାୟ ଦେଢଘଣ୍ଟା ଯାଏ ବିଜୁଳି, ଘଡଘଡି ସହିତ ବର୍ଷା ହୋଇଛି । କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ରାଉରକେଲାରେ ବି ବର୍ଷା ହୋଇଛି । ଗୁରୁବାର ବର୍ଷା ଜାରି ରହିବ । ଅନେକ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଉପକୂଳ ଓଡିଶା ଓ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବ । ଏବେ ମାଲକାନଗିରି ମୌସୁମୀ ବାୟୁ ଅଟକିଛି ।  ୨୦ ତାରିଖ ସୁଦ୍ଧା ବହୁ ସ୍ଥାନରେ ଅଗ୍ରସର ହେବ । ୨୪ ତାରିଖ ସୁଦ୍ଧା ପୁରା ଓଡିଶା ଛୁଇଁଯିବ । 

ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୯ ତାରିଖରେ ଉପକବଳ ଓଡିଶାରେ ବହୁ ସ୍ଥାନରେ ଘଡ଼ଘଡି ସହିତ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା, ବଲାଙ୍ଗୀରରେ ପବନ ରହିବା ଓ ଘଡଘଡି ସହିତ ବର୍ଷା ହୋଇପାରେ । 

 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.