ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ, ତୁଷାରପାତ ସାଙ୍ଗକୁ ଘନ କୁହୁଡି

Published By : Prameya-News7 Bureau | December 14, 2024 IST

କରଞ୍ଜିଆ ୧୪/୧୨: ଶିମିଳିପାଳରେ ତୁଷାରପାତ । ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ, ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ଥିବା ଯଶିପୁର, ରରୁଆଁ, ଶୁକ୍ରୁଳି, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି । 

ଆଜି ଶିମିଳିପାଳର ଉପରବାର୍ହାକାମୁଡ଼ା ଠାରେ ସର୍ବନିମ୍ନ ୩° ଡିଗ୍ରୀ ,ଚହଲା ୪°, ନଅଣା ୫°, ବରେହିପାଣି ଓ ଗୁରୁଗୁଡ଼ିଆ ଠାରେ ସର୍ବନିମ୍ନ ୬° ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ  ଉପରବାର୍ହାକାମୁଡ଼ାର ମୋଟୁଘର,ଚହଲା ଓ ବରେହିପାଣି ଠାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି  ।

ସୂଚନା ଥାଉକି, ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ରାଉରକେଲାରେ ରାତି ତାପମାତ୍ରା ୮.୪  ଡିଗ୍ରୀ ସେଲସିୟସ୍‌କୁ ଖସିଛି । ୨୬ଟି  ସହରରେ ୧୫ ଡିଗ୍ରୀ ତଳେ ରହିଛି ପାରଦ । ଆଗକୁ ଶୀତ ଆହୁରି ବଢ଼ିବ । ୧୬ ତାରିଖ ବେଳକୁ ରାଉରକେଲାରେ ତାପମାତ୍ରା ୭ ଡିଗ୍ରୀକୁ ଖସିଯିବ । ଅନେକ ସ୍ଥାନରେ ପାରଦ୧୦ ଡିଗ୍ରୀ ତଳେ ଥିବ । 

ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୬ ତାରିଖ ଯାଏ ରାଜ୍ୟରେ ଏଭଳି  ଶୀତ ଲାଗି ରହିବ । ଉତ୍ତର ଓଡ଼ିଶାରେ  ଶୀତ ଆହୁରି ବଢ଼ିପାରେ। କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଅଧ ଡିଗ୍ରୀରୁ ଏକ ଡିଗ୍ରୀ ଯାଏ କମିବ। ୧୫ ତାରିଖରୁ ଉତ୍ତର-ପଶ୍ଚିମ ଭାରତରୁ ଓଡ଼ିଶାକୁ   ପଶ୍ଚିମା ବାୟୁ ପ୍ରବାହ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.