ଜେଲ୍‌ରୁ ମୁକ୍ତ ହେବେ ହେମନ୍ତ ସୋରେନ; ଝାଡ଼ଖଣ୍ଡ ହାଇକୋର୍ଟରୁ ମିଳିଲା ଜାମିନ୍

Published By : Prameya-News7 Bureau | June 28, 2024 IST

ରାଞ୍ଚି: ଝାଡ଼ଖଣ୍ଡ ଜମି ଘୋଟାଲା ଓ ମନି ଲଣ୍ଡ୍ରିଂ ମାମଲାରେ ହେମନ୍ତ ସୋରେନଙ୍କୁ ଆଶ୍ବସ୍ତି । ଝାଡ଼ଖଣ୍ଡ ହାଇକୋର୍ଟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତାଙ୍କୁ ମିଳିଲା ଜାମିନ୍ । ପ୍ରାୟ ୬ ମାସ ପରେ ହେମନ୍ତଙ୍କୁ ବେଲ୍ ମିଳିଛି ।  ଚଳିତ ବର୍ଷ ଜାନୁଆରୀ ୩୧ରେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜମି ଦୁର୍ନୀତି ଓ ଅର୍ଥ ହେରଫେର୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା ।  

ଝାଡ଼ଖଣ୍ଡ ଜମି ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଜଷ୍ଟିସ୍ ରଙ୍ଗନ ମୁଖୋପାଧ୍ୟୟ ଜାମିନ ଆବେଦନର ଶୁଣାଣି କରିଥିଲେ । ତିନି ଦିନ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ  ଜୁନ୍ ୧୩ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ରାଞ୍ଚି ହାଇକୋର୍ଟ । ତେବେ ଶୁକ୍ରବାର ହେମନ୍ତ ସୋରେନଙ୍କ ଜାମିନ୍ ଆବେଦନ ରାୟ ଆସିଛି । ଉଚ୍ଚ ଅଦାଲତଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଏବେ ରାଞ୍ଚି ବିର୍ସା ମୁଣ୍ଡା ସେଣ୍ଟ୍ରାଲ୍ ଜେଲରେ ବନ୍ଦ ଅଛନ୍ତି ହେମନ୍ତ । ଇିଡିର ଅଭିଯୋଗ ଅନୁଯାୟୀ, ହେମନ୍ତ ସୋରେନ୍ ରାଞ୍ଚିରେ ୮.୮୬ ଏକର ଜମିକୁ ବେଆଇନ ଭାବେ କବଜା କରିଥିଲେ । ଜମି ଜାଗଜପତ୍ର ଜେଏମଏମ ମୁଖ୍ୟଙ୍କ ନାଁରେ ନଥିଲେ ମଧ୍ୟ କୋଟି କୋଟି ଟଙ୍କାର ଜମି ବେଆଇନ ଭାବେ ତାଙ୍କ ଅଧୀନରେ ରହିଛି ।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.