କଟକ ୧୨।୧୨: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ସମ୍ପର୍କିତ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କ ଆଗୁଆ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ପରେଶ୍ କୁମାର ବିଶ୍ବାଳ ଏବଂ ସନ୍ତୋଷ ମଲିକଙ୍କୁ ମିଳିଲା ଆଗୁଆ ଜାମିନ ।
କିଛି ଦିନ ତଳେ ଏହି ଘଟଣାରେ ଅଭିଯୁକ୍ତ ବିନୟ ଭୂଷଣ ପଟ୍ଟନାୟକଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଥିଲା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହେବେ ନାହିଁ ବିନୟ ଭୂଷଣ ପଟ୍ଟନାୟକ । କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆକ୍ରମଣ ଘଟଣାରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ ସେ ଆଗୁଆ ଜାମିନ ଆବେଦନ କରିଥିଲେ ।
ସେହିଭଳି ବିଚିତ୍ରପୁର ପଞ୍ଚାୟତ ସରପଞ୍ଚ ଦେବାଶିଷ ପଣ୍ଡାଙ୍କୁ ମଧ୍ୟ ପୂର୍ବରୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେ ଗିରଫ ହେବେ ନାହିଁ । ଏଥିସହ କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ ସେ ଆଗୁଆ ଜାମିନ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ ଯେ, ବିରଜା ହାଟକୁ ନେଇ ରାସ୍ତାରୋକ ହୋଇଥିଲା । ଏହି ସମୟରେ ଧର୍ମଶାଳା ବିଧାୟକ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରାଯାଇଥିଲା । ଏ ନେଇ ଯାଜପୁର ସଦର ଥାନାରେ ବିଧାୟକଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରିଥିଲା । ଏହି ଆକ୍ରମଣ ଘଟଣାରେ ଅନେକ ଅଭିଯୁକ୍ତ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।
You Can Read:
ବିଜେଡ଼ି ବିଧାୟକ-ସାଂସଦ ବିଜେପି ଯୋଗାଯୋଗରେ, ଜାନୁଆରୀରେ ବଛାଯିବେ ନୂଆ ସଭାପତି : ରାଜ୍ୟ ପ୍ରଭାରୀ