ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ପୁରୀରେ ରଥାରୂଢ଼ ମହାପ୍ରଭୁଙ୍କୁ କରିବେ ଦର୍ଶନ

Published By : Prameya-News7 Bureau | July 07, 2024 IST

ପୁରୀ ୦୭/୦୭: ୪ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ହେବେ ସାମିଲ । ରଥାରୂଢ଼ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ ମହାମହିମ । ଏଥିପାଇଁ ବ୍ଲୁ ବୁକ୍‌ ଆଧାରରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ରଥ ଟଣା ପରେ ପୁରୀ ରାଜଭବନରେ ରହିବାର କାର୍ଯ୍ୟକ୍ରମ ରହିଛି । ସୋମବାର ପୁଣି ଭୁବନେଶ୍ୱର ଫେରିବେ । ସେହିଦିନ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତା’ପରେ ବିଭୂତି କାନୁନଗୋ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ   ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବେ । ସେହିଦିନ ହରିଡାମଡା ଗାଁରେ ପହଞ୍ଚି ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଦିବ୍ୟ ରିଟ୍ରିଟ୍‌ କେନ୍ଦ୍ର ଉଦ୍‌ଘାଟନ କରିବା ସହ  ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ ଅଭିଯାନ ଶୁଭାରମ୍ଭ କରିବେ । ମଙ୍ଗଳବରେ ନାଇଜର ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରରେ ଅବତରଣ କରିଥିଲେ ରାଷ୍ଟ୍ରପତି ।  ପ୍ରୋଟୋକଲ୍‌ ଅନୁସାରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  ମେୟର ଓ ଅନ୍ୟ ବରିଷ୍ଠ ପ୍ରଶାସନିକ  ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ ।  ବିମାନ ବନ୍ଦରରୁ ସିଧା ଜୟଦେବ  ଭବନରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦେ୍ଧାତ୍ସବରେ ଯୋଗଦେଇଥିଲେ ।  କାର୍ଯ୍ୟକ୍ରମ ସରିବା ପରେ ରାଜଭବନରେ ରାତ୍ରୀ ଯାପନ କରିଥିଲେ ।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.