ମାର୍ଚ୍ଚ ୩୦ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | March 30, 2025 IST

ମେଷ- ଦିନଟି ବହୁତ ଭଲରେ କଟିବ। ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ। ଚାକିରିରେ ପଦୋନ୍ନତି ଘଟିବାର ସମ୍ଭାବନା ଅଛି। ଅର୍ଥ ନିବେଶରେ ଲାଭଦାୟକ ହେବ ।

 

ବୃଷ- ମିଳୁନଥିବା ଧନ ମିଳିବ। କାର୍ଯ୍ୟରେ ଖୁସି ହୋଇ ବନ୍ଧୁମାନଙ୍କ ଦ୍ଵାରା ପ୍ରଶଂସାର ପାତ୍ର ହେବେ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ। ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

 

ମିଥୁନ- ଘାତ ଚନ୍ଦ୍ର ଯୋଗୁଁ ସତର୍କ ରହିବା ବିଧେୟ। ଜମିଜମାକୁ ନେଇ ରହିଥିବା ବିବାଦର ଅନ୍ତ ଘଟିବ। କର୍ମ ବ୍ୟସ୍ତତାରେ ଦିନଟି କଟିବ। ଚିନ୍ତା ବଢ଼ିପାରେ। ବାଣିଜ୍ୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିବେ ।

 

କର୍କଟ- ଅଷ୍ଟମ ଚନ୍ଦ୍ର ଯୋଗୁ ଦିନଟିରେ ଚିନ୍ତାରେ ପଡ଼ିବେ। ଜୀବନ ସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖା ଦେବ। ମିତ୍ରଙ୍କ ଠାରୁ ଉପହାର ମିଳିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀମାନେ ଅସଫଳ ହେବେ ।

 

ସିଂହ- ଚାକିରିରେ ସଫଳତା ମିଳିବ। ଦିନଟିରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। କିଛି ଲୁଚି ରହିଥିବା ମିଥ୍ୟା ସର୍ବ ସମ୍ମୁଖକୁ ଆସିପାରେ। ସନ୍ତାନଙ୍କ ସହ ମନୋମାଳିନ୍ୟ ହୋଇପାରେ । 

 

କନ୍ୟା- କର୍ମରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ । ନିବେଶ ପାଇଁ ଦିନଟି ଉତ୍ତମ ରହିଛି। ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳିପାରେ ।

 

ତୁଳା - ଦିନଟି ବହୁତ ଖୁସିରେ କଟିବ। ପରିବାରରେ ସାଧାରଣ ସମସ୍ୟା ସୃଷ୍ଟି ହୋଇପାରେ। ଉଚ୍ଚ ପଦସ୍ଥ ଲୋକଙ୍କ ସହ ମିଳନ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି। ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ ।

 

ବିଛା- ବାକିଥିବା କାର୍ଯ୍ୟକୁ ସମୟାନୁସାରେ ପୂରଣ କରନ୍ତୁ। ବନ୍ଧୁଙ୍କ ସହ ଅଧିକାଂଶ ସମୟ କଟିବ। ଜୀବନସାଥୀଙ୍କ ସହଯୋଗ ମିଳିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଉପଯୁକ୍ତ ହେବେ। ବଡ଼ ପଦବୀ ପାଇଁ ଆଶାୟୀ ହେବେ। 

 

ଧନୁ- ଅନ୍ୟ ଦିନ ତୁଳନାରେ ଦିନଟି ଅଧିକ ଭଲ ଫଳ ପ୍ରଦାନ କରିବ। ସଭା ସମିତିରେ ନେତୃତ୍ୱ ଲାଭ କରିବେ। ପରିବାରରୁ ପ୍ରଶଂସା ମିଳିବ। ପୂର୍ବୁରୁ ଥିବା ବିବାଦର ଅନ୍ତ ଘଟିବ। ବିଦ୍ୟାର୍ଥୀମାନେ ପରୀକ୍ଷାକୁ ନେଇ ଚିନ୍ତାରେ ରହିବେ ।

 

ମକର- ଦିନଟି ଅନୁକୂଳ ରହିବ। ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ। ପରିବାରରୁ ଆର୍ଥିକ ସହାୟତା ମିଳିବ। ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ। ବିଦ୍ୟାର୍ଥୀମାନଙ୍କ ମନ ଉଣା ରହିବ। ଆର୍ଥିକ ବ୍ୟୟ ସାମାନ୍ୟ ଅଧିକ ରହିବ ।

 

କୁମ୍ଭ- ମିତ୍ରଙ୍କ ଠାରୁ ଭଲ ଖବର ମିଳିବ। ଧନ ସଂପତ୍ତି କ୍ରୟ କରିବେ। ପ୍ରତିଶ୍ରୁତି ପୂରଣ କରନ୍ତୁ। ଅନ୍ୟ ଲୋକଙ୍କ କାର୍ଯ୍ୟରେ ସମୟ ନିବେଶ କରିବେ। ସୌଜନ୍ୟ ଭାବ ମନରେ ରହିବେ। ବିଦ୍ୟାର୍ଥୀ ଲାଭବାନ ହେବେ। ସମ୍ମାନ ପ୍ରାପ୍ତି ହେବେ ।

 

ମୀନ- ଘାତ ଚନ୍ଦ୍ର ଯୋଗୁଁ ସାବଧାନ ରହିବା ବିଧେୟ । ହେଲେ ମଧ୍ୟ କୃଷ୍ଣ ପକ୍ଷ ଯୋଗୁଁ ଚନ୍ଦ୍ର ବଳବାନ । ବ୍ୟବସାୟରେ ଲାଭ ଯୋଗ ରହିଛି। କର୍ମ କ୍ଷେତ୍ରରେ ନୂତନ ପଦବୀ ମିଳିପାରେ। ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖା ଦେବ। ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.