ମେଷ ରାଶି ପାଇଁ ଦିନଟି ଭଲରେ କଟିବ, ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ସରିବ

Published By : Prameya-News7 Bureau | March 29, 2025 IST

ମେଷ- ଦିନଟି ବହୁତ ଭଲରେ କଟିବ। ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ। ଚାକିରିରେ ପଦୋନ୍ନତି ଘଟିବାର ସମ୍ଭାବନା ଅଛି। ଅର୍ଥ ନିବେଶରେ ଲାଭଦାୟକ ହେବ ।

ବୃଷ- ମିଳୁନଥିବା ଧନ ମିଳିବ। କାର୍ଯ୍ୟରେ ଖୁସି ହୋଇ ବନ୍ଧୁମାନଙ୍କ ଦ୍ଵାରା ପ୍ରଶଂସାର ପାତ୍ର ହେବେ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ। ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ମିଥୁନ- ଘାତ ଚନ୍ଦ୍ର ଯୋଗୁଁ ସତର୍କ ରହିବା ବିଧେୟ। ଜମିଜମାକୁ ନେଇ ରହିଥିବା ବିବାଦର ଅନ୍ତ ଘଟିବ। କର୍ମ ବ୍ୟସ୍ତତାରେ ଦିନଟି କଟିବ। ଚିନ୍ତା ବଢ଼ିପାରେ। ବାଣିଜ୍ୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିବେ ।

କର୍କଟ- ଅଷ୍ଟମ ଚନ୍ଦ୍ର ଯୋଗୁ ଦିନଟିରେ ଚିନ୍ତାରେ ପଡ଼ିବେ। ଜୀବନ ସାଥୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖା ଦେବ। ମିତ୍ରଙ୍କ ଠାରୁ ଉପହାର ମିଳିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀମାନେ ଅସଫଳ ହେବେ ।

ସିଂହ- ଚାକିରିରେ ସଫଳତା ମିଳିବ। ଦିନଟିରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। କିଛି ଲୁଚି ରହିଥିବା ମିଥ୍ୟା ସର୍ବ ସମ୍ମୁଖକୁ ଆସିପାରେ। ସନ୍ତାନଙ୍କ ସହ ମନୋମାଳିନ୍ୟ ହୋଇପାରେ । 

କନ୍ୟା- କର୍ମରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ । ନିବେଶ ପାଇଁ ଦିନଟି ଉତ୍ତମ ରହିଛି। ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳିପାରେ ।

ତୁଳା - ଦିନଟି ବହୁତ ଖୁସିରେ କଟିବ। ପରିବାରରେ ସାଧାରଣ ସମସ୍ୟା ସୃଷ୍ଟି ହୋଇପାରେ। ଉଚ୍ଚ ପଦସ୍ଥ ଲୋକଙ୍କ ସହ ମିଳନ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି। ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ ।

ବିଛା- ବାକିଥିବା କାର୍ଯ୍ୟକୁ ସମୟାନୁସାରେ ପୂରଣ କରନ୍ତୁ। ବନ୍ଧୁଙ୍କ ସହ ଅଧିକାଂଶ ସମୟ କଟିବ। ଜୀବନସାଥୀଙ୍କ ସହଯୋଗ ମିଳିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଉପଯୁକ୍ତ ହେବେ। ବଡ଼ ପଦବୀ ପାଇଁ ଆଶାୟୀ ହେବେ। 

ଧନୁ- ଅନ୍ୟ ଦିନ ତୁଳନାରେ ଦିନଟି ଅଧିକ ଭଲ ଫଳ ପ୍ରଦାନ କରିବ। ସଭା ସମିତିରେ ନେତୃତ୍ୱ ଲାଭ କରିବେ। ପରିବାରରୁ ପ୍ରଶଂସା ମିଳିବ। ପୂର୍ବୁରୁ ଥିବା ବିବାଦର ଅନ୍ତ ଘଟିବ। ବିଦ୍ୟାର୍ଥୀମାନେ ପରୀକ୍ଷାକୁ ନେଇ ଚିନ୍ତାରେ ରହିବେ ।

ମକର- ଦିନଟି ଅନୁକୂଳ ରହିବ। ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ। ପରିବାରରୁ ଆର୍ଥିକ ସହାୟତା ମିଳିବ। ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ। ବିଦ୍ୟାର୍ଥୀମାନଙ୍କ ମନ ଉଣା ରହିବ। ଆର୍ଥିକ ବ୍ୟୟ ସାମାନ୍ୟ ଅଧିକ ରହିବ ।

କୁମ୍ଭ- ମିତ୍ରଙ୍କ ଠାରୁ ଭଲ ଖବର ମିଳିବ। ଧନ ସଂପତ୍ତି କ୍ରୟ କରିବେ। ପ୍ରତିଶ୍ରୁତି ପୂରଣ କରନ୍ତୁ। ଅନ୍ୟ ଲୋକଙ୍କ କାର୍ଯ୍ୟରେ ସମୟ ନିବେଶ କରିବେ। ସୌଜନ୍ୟ ଭାବ ମନରେ ରହିବେ। ବିଦ୍ୟାର୍ଥୀ ଲାଭବାନ ହେବେ। ସମ୍ମାନ ପ୍ରାପ୍ତି ହେବେ ।

ମୀନ- ଘାତ ଚନ୍ଦ୍ର ଯୋଗୁଁ ସାବଧାନ ରହିବା ବିଧେୟ । ହେଲେ ମଧ୍ୟ କୃଷ୍ଣ ପକ୍ଷ ଯୋଗୁଁ ଚନ୍ଦ୍ର ବଳବାନ । ବ୍ୟବସାୟରେ ଲାଭ ଯୋଗ ରହିଛି। କର୍ମ କ୍ଷେତ୍ରରେ ନୂତନ ପଦବୀ ମିଳିପାରେ। ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖା ଦେବ। ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.