ଫେବ୍ରୁଆରୀ ୨୫ ତାରିଖ, ମଙ୍ଗଳବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | February 25, 2025 IST

ମେଷ- ସଫଳତା ହାସଲ ହେବ। ପୂର୍ବରୁ ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଭାଇଙ୍କ ସହିତ ବିବାଦ ହୋଇପାରେ । ଛାତ୍ରମାନେ ଏକ ଏକାଗ୍ର ମନ ସହିତ ଶିକ୍ଷା ପାଇବାକୁ ଚେଷ୍ଟା କରିବା ଉଚିତ୍ । ପ୍ରେମ ସଂପର୍କରେ ମନୋମାଳିନ୍ୟ ଦେଖାଦେବ ।

ବୃଷ- ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ପ୍ରଭାବଶାଳୀ ରହିବ। ଭୂମି କ୍ରୟ କରିବେ। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ ସଫଳତା ପାଇବେ ।

ମିଥୁନ- ନୂଆ ରୋଜଗାରର ପନ୍ଥା ପାଇବେ। ରାଜନୀତିରେ ସଫଳ ହେବେ। ବ୍ୟବସାୟରେ ଲାଭ ହେବ । ନୂତନ ଚାକିରିର ଯୋଗ ଅଛି। ମିଳୁନଥିବା ଟଙ୍କା ଫେରି ପାଇବେ। ଘରେ ଖୁସିର ପରିବେଶ ରହିବ । ବିଦ୍ୟାର୍ଥୀ ଉପକୃତ ହେବେ ।

କର୍କଟ- କାମ କରିବା ସମୟରେ ସାବଧାନ ରୁହନ୍ତୁ। ଚୋରି ଭୟ ଥିବାରୁ ମୂଲ୍ୟବାନ ସାମଗ୍ରୀର ଯତ୍ନ ନିଅନ୍ତୁ । କିଛି ଭଲ ଖବର ପାଇ ଖୁସି ଅନୁଭବ କରିବେ। ମନରେ ଶାନ୍ତି ରହିବ ଚାକିରି ଏବଂ ବ୍ୟବସାୟରେ ନୂତନ ସୁଯୋଗ ମିଳିବ ।

ସିଂହ- ଦିନଟି ଖୁସିରେ କଟିବ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଚାପ ବୃଦ୍ଧି ପାଇବ | ଲାଗିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀମାନେ ସାମାନ୍ୟ ଚିନ୍ତାରେ ରହିବେ ।

କନ୍ୟା- କାମ କରିବାକୁ ନୂଆ ସୁଯୋଗ ପାଇବେ । ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ। ପୁରୁଣା ବନ୍ଧୁଙ୍କୁ ଭେଟି ଖୁସି ଅନୁଭବ କରିବେ । ବ୍ୟବସାୟରେ କ୍ଷତି ହେବ । ବିଦ୍ୟାର୍ଥୀମାନଙ୍କର ଭ୍ରମଣ ଯୋଗ ରହିଛି ।

ତୁଳା- ମୂଲ୍ୟବାନ ବସ୍ତୁ କ୍ରୟ କରିବେ। ବ୍ୟବସାୟରେ ଉନ୍ନତି ହେବ। ପତି-ପତ୍ନୀଙ୍କ ସମର୍ଥନରେ ପରିବାର ଆଗକୁ ବଢ଼ିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି।

ବିଛା- ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ଭ୍ରମଣ ଯୋଗ ରହିଛି । ସାମାଜିକ କାର୍ଯ୍ୟରେ ଜଡ଼ିତ ହେବେ | ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରି ବିଷୟରେ ଚିନ୍ତିତ ହେବେ । ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବେ ।

ଧନୁ- ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ । ବ୍ୟବସାୟରେ ସମସ୍ୟା ସମାପ୍ତ ହେବାର ସମ୍ଭାବନା ଅଛି । ସାଙ୍ଗମାନଙ୍କୁ ସାହାଯ୍ୟ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ମିଳିବ । ଦମ୍ପତିମାନେ ଭ୍ରମଣରେ ଯାଇପାରନ୍ତି । ବିଦ୍ୟାର୍ଥୀ ଆଶାବାଦୀ ହେବେ । 

ମକର- ଭଲ ସୁଯୋଗ ପାଇପାରିବେ। ପରିବାରରେ ଯଥାସମ୍ଭବ ଶାନ୍ତ ରୁହନ୍ତୁ। ବ୍ୟବସାୟରେ ସମନ୍ୱୟ ରକ୍ଷା କରନ୍ତୁ। ନୂଆ ଦ୍ରବ୍ୟ କ୍ରୟ କରିବାକୁ ଚିନ୍ତା କରିବେ। ଚାକିରିରେ ମନୋମାଳିନ୍ୟ ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ମଧ୍ୟମ ରହିବ ।

କୁମ୍ଭ- ବିନା କାରଣରେ ଚିନ୍ତିତ ହେବେ। ବ୍ୟବସାୟରେ ସାବଧାନ ରୁହନ୍ତୁ। ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ। ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ। ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ।

ମୀନ- ଆତ୍ମ ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି। ହଠାତ୍ ଧନ ପ୍ରାପ୍ତିର ଯୋଗ ଅଛି। ବ୍ୟବସାୟରେ ଲାଭର ବିଶେଷ ସମ୍ଭାବନା ରହିଛି। ବିଦ୍ୟାର୍ଥୀମାନେ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

ଯୋଗାଯୋଗ- 8249826682

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.