ଭୁବନେଶ୍ୱର ୧୩।୦୩ : ବିଧାନସଭା ବଜେଟ୍ ଅଧିବେଶନ । ଗୁରୁବାର ଆରମ୍ଭରୁ ଗୃହରେ ହୋହାଲ୍ଲା ଏବଂ ନାରାବାଜି । ଯାହାଫଳରେ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।
ବୁଧବାରର ହୋହାଲ୍ଲା ଏବଂ ନାରାବାଜି ପରେ ଗୁରୁବାର ଆରମ୍ଭ ହୋଇଥିଲା ବିଧାନସଭା ବଜେଟ ଅଧିବେଶନ ୨ୟ ପର୍ଯ୍ୟାୟର ୫ଦିନ । ଗୃହ ଆରମ୍ଭ ହେବା ମାତ୍ରେ ଦେଖିବାକୁ ମିଳିଥିଲା ନାରାବାଜି । ବିଜେଡି ପୋଲାଭରମ ପ୍ରସଙ୍ଗ ନେଇ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲା । ଏପିରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ଯାହାଫଳରେ ବାଚସ୍ପତି ବିଧାନସଭାକୁ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ସେପଟେ ପ୍ରଶ୍ନକାଳରେ ସାମିଲ ନହୋଇ ଗାନ୍ଧୀ ମୂର୍ତ୍ତି ତଳେ ଦେଲେ ଧାରଣା ଦେଇଛି କଂଗ୍ରେସ । କଳାପଟି ବାନ୍ଧି ଧାରଣାରେ ବସିଛନ୍ତି କଂଗ୍ରେସ ସଦସ୍ୟ । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛି କଂଗ୍ରେସ ।