ଭୁବନେଶ୍ୱର ୧୫/୦୨: ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା ଓ ହଟ୍ଟଗୋଳ । ବିରୋଧୀଙ୍କ ନାରାବାଜିରେ ଚାଲିପାରିଲାନି ଗୃହକାର୍ଯ୍ୟ । ୧୨ ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ।
ସୂଚନା ଥାଉକି, ଚାଷୀ ଓ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ବିଜେଡି ଆଲୋଚନା କରିବାକୁ ଚାହିଁଥିଲା । ହେଲେ ଆଲୋଚନାକୁ ଏଡାଇ ଯାଇ ଶାସକ ଦଳ ପ୍ରଶ୍ନକାଳ ଜାରି ରଖିଥିଲା । ଫଳର ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଙ୍ଗାମା କରିଥିଲେ ବିରୋଧୀ । ପରିସ୍ଥିତି ଏମିତି ହୋଇଥିଲା ଯେ ମୁଲତବୀ କରିଥିଲେ ବାଚସ୍ପତି ।
ଶନିବାର ବିଧାନସଭା ଆରମ୍ଭରୁ ମହିଳା-ଶିଶୁ ବିକାଶ, ନର୍ମାଣ, ପର୍ଯ୍ୟଟନ , ଅବକାରୀ, ମିଶନ ଶକ୍ତି, ଆଇନ ବିଭାଗର ପ୍ରଶ୍ନକାଳ ଥିଲା । ଶୂନକାଳରେ ଧାନର କଟନୀ ଛଟନୀ, ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ତେବେ ଶୁକ୍ରବାର ଦ୍ୱିତୀୟ ଦିନ ପରି ତୃତୀୟ ଦିନ ବି ସ୍ଥିତି ଅସ୍ୱାଭାବିକ ରହିଥିଲା ।