ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ! ଭାରତ ପାଇଁ କେତେ ଫାଇଦା କେତେ କ୍ଷତି ?

Published By : Prameya-News7 Bureau | November 06, 2024 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ । କିଛି ସ୍ଥାନରେ ଭୋଟିଂ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ ଏବେ ବି ମତଦାନ ଜାରି ରହିଛି । ଏପଟେ ଭୋଟ୍ ଗଣତି ମଧ୍ୟ ଆରମ୍ଭ ହୋଇଯାଇଛି । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ ଟକ୍କର ଚାଲିଛି । ମିଳିଥିବା ଶେଷ ରିପୋର୍ଟ ଅନୁଯାୟୀ, ଇଲେକ୍ଟୋରାଲ କଲେଜ କାଉଣ୍ଟିଂରେ ଆଗରେ ରହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ ପାର୍ଟି ୨୪୭ ସିଟରେ ଆଗରେ ରହିଥିବା ବେଳେ କମଲା ହାରିସଙ୍କ ଡେମୋକ୍ରାଟିକ୍ ପାର୍ଟି ୨୧୪ ଇଲେକ୍ଟୋରାଲ କଲେଜରେ ଆଗରେ ରହିଛନ୍ତି । ଚଳିତ ନିର୍ବାଚନରେ ଟ୍ରମ୍ପ ଯଦି କମ୍‌ବ୍ୟାକ୍ କରନ୍ତି ତେବେ ଭାରତ ପାଇଁ କ’ଣ ଫାଇଦା ହେବ । ଏହାକୁ ଦକ୍ଷିଣ ଏସିଆ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । 

ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ୟୁଏସଏର ସମ୍ପର୍କ ନେଇ ଦୃଢ଼ ବୟାନ ଦେଇଥିଲେ । ସେ ଆମେରିକାର ରାଷ୍ଟ୍ରପତି ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ । ଦ୍ବିପାକ୍ଷିକ ସମ୍ପର୍କ ବଢ଼ିବ, ଏଥିପାଇଁ ଆମେରିକା ପ୍ରତିଶୃତିବଦ୍ଧ । ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ୍ ମିଡିଆରେ ଏଭଳି କିଛି କହିଛନ୍ତି ଡୋନାଲ୍ଟ ଟ୍ରମ୍ପ । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ନିଜର ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି । ତାଙ୍କ ପାର୍ଟି କ୍ଷମତାକୁ ଫେରିଲେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସଶକ୍ତ ହେବ ଏବଂ ଏହାକୁ ଆଗକୁ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । 

ବାଂଲାଦେଶରେ ଶାସନ କ୍ଷମତା ପରିବର୍ତ୍ତନ ପରେ ସଂଖ୍ୟା ଲଘୁ ଉପରେ ହେଉଥିବା ଅତ୍ୟାଚାରକୁ ଦୃଢ଼ ନିନ୍ଦା କରିଥିଲେ ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଟ୍ରମ୍ପଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ପୂର୍ବରୁ ବଡ଼ କାର୍ଯ୍ୟକ୍ରମରେ ଦୁଇ ନେତା ନଜରରେ ଆସିଛନ୍ତି ।  ୨୦୧୯ରେ ଟେକ୍ସାସରେ ‘ହାଉଡି ମୋଦି’ ରାଲିରେ ଦୁଇ ନେତା ଏକାଠି ନଜରକୁ ଆସିଥିଲେ । ଟ୍ରମ୍ପ ପ୍ରାୟ ୫୦ ହଜାର ଲୋକଙ୍କ ସମ୍ନାରେ ନରେନ୍ଦ୍ର ମୋଦିଙ୍କୁ ପାଛୋଟି ନେଇଥିଲେ । ଆମେରିକାରେ କୌଣସି ବିଦେଶୀ ନେତାଙ୍କୁ ଏପର୍ଯ୍ୟନ୍ତ ଏହା ସବୁଠାରୁ ବଡ଼ ସଭା ବୋଲି କୁହାଯାଉଛି । ତେଣୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଭାରତ ସହିତ ସମ୍ପର୍କ ଭଲ ରହିବ ବୋଲି କୁହାଯାଉଛି ....

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.