ନୂଆଦିଲ୍ଲୀ: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ବିଜୟ ହୋଇଛି । ମ୍ୟାଜିକ୍ ନମ୍ବର ୨୭୦କୁ ପାର୍ କରିଛି ରିପବ୍ଲିକାନ୍ ପାର୍ଟି । ୨୭୭ ଆସନ ସହ ବିଜୟ ଘୋଷଣା କରିଛି ଫକ୍ସ ନ୍ୟୁଜ୍ । ସେପଟେ ଔପଚାରିକତା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ ଥ୍ୟାଙ୍କ ୟୁ ଆମେରକା କହିଛନ୍ତି । ନିର୍ବାଚନରେ ବିଜୟ ଯାତ୍ରାପଥ ପରିଷ୍କାର ନଥିଲା ତଥାପି ତାଙ୍କର ଅବିଶ୍ବସନୀୟ ବିଜୟ ହୋଇଛି । ଆଗାମୀ ୪ ବର୍ଷ ଅମେରିକା ପାଇଁ ସୁବର୍ଣ୍ଣଯୁଗ ଆସୁଛି ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଏପଟେ ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଧୁ ସମ୍ବୋଧନ କରି ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି ମୋଦି । 'ଆଗାମୀ ଦିନରେ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ଼ ହେବ' -'ବିଶ୍ବରେ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ମିଶି କାମ କରିବା' ବୋଲି ପିଏମ୍ ମୋଦି କହିଛନ୍ତି ।..
Heartiest congratulations my friend @realDonaldTrump on your historic election victory. As you build on the successes of your previous term, I look forward to renewing our collaboration to further strengthen the India-US Comprehensive Global and Strategic Partnership. Together,… pic.twitter.com/u5hKPeJ3SY
— Narendra Modi (@narendramodi) November 6, 2024