ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବଡ ଆକ୍ସନ, ମନ୍ତ୍ରୀମଣ୍ଡଳରୁ ବିଦାହେଲେ ପ୍ରତିରକ୍ଷା ମନ୍ତ୍ରୀ

Published By : Prameya-News7 Bureau | November 06, 2024 IST

ନୂଆଦିଲ୍ଲୀ ୦୬/୧୧: ହମାସ ଓ ହିଜବୁଲ୍ଲା ବିରୋଧରେ ଯୁଦ୍ଧ ରଣନୀତିକୁ ନେଇ ୟୋବଙ୍କୁ ବିଶ୍ବାସର ସହ ନେଇ ପାରୁନଥିଲେ ନେତାନ୍ୟାହୁ। ଗାଜା ଓ ଲେବାନନ୍ ଯୁଦ୍ଧକୁ ନେଇ ଅନେକ ସମୟରେ ବେଞ୍ଜାମିନ୍ ଓ ନେତାନ୍ୟାହୁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା। ଅନେକ ସମୟରେ ମତଭେଦ ରହୁଥିଲା।  

ଯୁଦ୍ଧ ପରିସ୍ଥିତି ଭିତରେ ନିଜ ମନ୍ତ୍ରାଳୟର ରକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ମଙ୍ଗଳବାର ନିଜ ରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ କରିଛନ୍ତି। ୟୋବଙ୍କୁ ବାହାର କରିବା ପଛରେ ବିଶ୍ବାସର ସଂକଟ ଥିଲା ବୋଲି ନେତାନ୍ୟାହୁ ଯୁକ୍ତି ବାଢ଼ିଛନ୍ତି । ହମାସ ଓ ହିଜବୁଲ୍ଲା ବିରୋଧରେ ଯୁଦ୍ଧ ରଣନୀତିକୁ ନେଇ ୟୋବଙ୍କୁ ବିଶ୍ବାସର ସହ ନେଇ ପାରୁନଥିଲେ ନେତାନ୍ୟାହୁ। ଗାଜା ଓ ଲେବାନନ୍ ଯୁଦ୍ଧକୁ ନେଇ ଅନେକ ସମୟରେ ବେଞ୍ଜାମିନ୍ ଓ ନେତାନ୍ୟାହୁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା। 

ଅନେକ ସମୟରେ ମତଭେଦ ରହୁଥିଲା। ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ପୂର୍ଣ୍ଣ ସହମତିର ଆବଶ୍ୟକତା ପଡୁଥିଲା । ହେଲେ ଗାଜା ଉପରେ ଆକ୍ରମଣ ଓ ଲେବାନନରେ ସ୍ଥଳ ଅଭିଯାନକୁ ୟୋବ୍ ସମର୍ଥନ କରୁନଥିଲେ । ଫଳରେ ଦୁହିଁଙ୍କ ଭିତରେ ମତଭେଦ ସୃଷ୍ଟି ହୋଇଥିଲା । ଏହି କାରଣରୁ ୟୋବ୍‌ଙ୍କ ମନ୍ତ୍ରୀପଦ କାଢ଼ି ନେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.