ଭୋଟ୍‌ ପୂର୍ବରୁ ମାଆଙ୍କ ସହ ଫଟୋ ସେୟାର କଲେ କମଳା ହାରିସ୍, ନିର୍ବାଚନୀ ଷ୍ଟଣ୍ଟ କହିଲେ ୟୁଜର୍ସ

Published By : Prameya-News7 Bureau | November 05, 2024 IST

News7

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି କମଳା ହାରିସ୍ ଏବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ମୈଦାନରେ। ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା ହାରିସ୍ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଇଛନ୍ତି କଡ଼ା ଟକ୍କର। ଏହି କ୍ରମରେ, ଡେମୋକ୍ରାଟ୍ ପ୍ରାର୍ଥୀ କମଲା ହାରିସ୍ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ତାଙ୍କ ମା ଶ୍ୟାମଳା ଗୋପନ୍ ହାରିସଙ୍କ ସହ ତାଙ୍କର ପିଲାଦିନର ଫଟୋ ସେୟାର କରିଛନ୍ତି। କିନ୍ତୁ ଏହାକୁ ନେଇ ସୋସିଆଲ ମିଡିଆ ୟୁଜର ଟ୍ରୋଲ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ କମଲା ହାରିସଙ୍କ ନିର୍ବାଚନୀ ଷ୍ଟଣ୍ଟ ବୋଲି କହିଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, “ମୋ ମାଆ ଡ. ଶ୍ୟାମଲା ଗୋପାଳନ୍ ହାରିସ୍ ୧୯ ବର୍ଷ ବୟସରେ ଆମେରିକା ଆସିଥିଲେ। ତାଙ୍କର ସାହସ ଏବଂ ନିଷ୍ଠା ମୋତେ ଆଜି ଏଠି ଛିଡା କରିପାରିଛି। ”

ଯେତେବେଳେ କମଲା ହାରିସ୍ ତାଙ୍କ ମା ସହିତ ଫଟୋ ସେୟାର କରିଥିଲେ, ଜଣେ ୟୁଜର ଲେଖିଥିଲେ, 'ଭୋଟ୍ ପାଇବା ପାଇଁ ଭାରତୀୟ ପରିଚୟର ବ୍ୟବହାର ବନ୍ଦ କର। ବାସ୍ତବରେ ଗତ ସପ୍ତାହ ପର୍ଯ୍ୟନ୍ତ ତୁମେ ଅନ୍ୟକୁ ସମର୍ଥନ ଦେଉଥିଲ, ବର୍ତ୍ତମାନ ତୁମେ ଭାରତୀୟ ହୋଇଛ। 'ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଗତ ସପ୍ତାହ ପର୍ଯ୍ୟନ୍ତ ମୁଁ ଭାବୁଥିଲି ତୁମେ କୃଷ୍ଣକାୟ।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଉପରାଷ୍ଟ୍ରପତି କମଲା ହାରିସ୍ ତାଙ୍କ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ତାଙ୍କ ସରକାରୀ ଆକାଉଣ୍ଟକୁ ବ୍ୟବହାର କରୁଛନ୍ତି।' ଭର୍ସା ନାମକ ଜଣେ ୟୁଜର ଏହାର କମେଣ୍ଟ ଦେଇଛନ୍ତି ଏବଂ ଲେଖିଛନ୍ତି ଯେ ଜଣେ ଭାରତୀୟ ହୋଇଥିଲେ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଭାରତ ସହିତ ତୁମର ଭଲ ସମ୍ପର୍କ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.