ନୂଆଦିଲ୍ଲୀ: ଆମେରିକା କ୍ଷମତା ଲଢ଼େଇରେ କିଏ ବାଜି ମାରିବ ? କିଏ ଜିତିବ ହ୍ବାଇଟ୍ ହାଉସ୍ ରେସ ? ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ବର ନଜର । ଗୋଟିଏପଟେ କିଛି ଅଞ୍ଚଳରେ ଏବେବି ନିର୍ବାଚନ ଜାରି ରହିଥିବା ବେଳେ ଅନ୍ୟପଟେ ଭୋଟ୍ ଗଣତି ଆରମ୍ଭ ହୋଇଗଲାଣି । ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା ହାରିସଙ୍କୁ ପଛରେ ପକାଇ ଦେଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ୨୭୦ ମ୍ୟାଜିକ୍ ନମ୍ବର ନିକଟତର ହେଉଛି ରିପବ୍ଲିକାନ ପାର୍ଟି । ଡୋନାଲ୍ଡ ଟ୍ରମ୍ପ ୧୯୮ ଇଲେକ୍ଟ୍ରୋରାଲ୍ କଲେଜ ସହ ଆଗରେ ରହିଥିବାବେଳେ କମଲା ହାରିସ୍ ମାତ୍ର ୧୦୯ ଆସନରେ ଆଗରେ ରହିଛନ୍ତି ।
ଭୋଟ୍ ଗଣତିର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରିବପ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟେକ୍ସାସ୍ ସହ ୪ଟି ଷ୍ଟେଟରେ ବିଜୟୀ ହୋଇଛନ୍ତି । ସେହିପରି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ୍ ନ୍ୟୁୟର୍କରେ ବିଜୟୀ ହୋଇଛନ୍ତି । ଆମେରିକାରେ ମୋଟ୍ ୧୬କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏଥିରୁ ୮ କୋଟି ଭୋଟର ପୂର୍ବରୁ ନିଜର ମତଦାନ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୭ ସ୍ବିଙ୍ଗ ଷ୍ଟେଟ୍ ବେଶ୍ ଗୁରୁତ୍ବବହନ କରୁଛି । ଏଥିରେ ରହିଛି ପେନସିଲଭାନିଆ, ଆରିଜୋନା, ଜର୍ଜିଆ, ମିଶିଗାନ, ନେଭାଡା, ନର୍ଥ କାରୋଲିନା, ୱିସକନସିନର । ଏହି ପର୍ପଲ ଷ୍ଟେଟରେ ଯିଏ ବାଜି ମାରିବ ସେ ହେବ ଆଗାମୀ ହ୍ବାଇଟ୍ ହାଉସ୍ ବସ୍ ।
ଆମେରିକାରେ ୫୦ ରାଜ୍ୟରେ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ୍ ରହିଛି । ନିର୍ବାଚନ ଜିତିବାକୁ ହେଲେ ମ୍ୟାଜିକ୍ ନମ୍ବର ୨୭୦ ଆଙ୍କ ଛୁଇଁବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ଡୋନାଲ୍ଡ ଟ୍ରମ୍ପ ୧୯୮ ଆସନରେ ଲିଡ୍ ନେଇଥିବା ବେଳେ ହମଲା ହାରିସ୍ ୧୦୯ ଇଲେକ୍ଟ୍ରୋଲ କଲେଜରେ ଆଗରେ ଅଛନ୍ତି ।…